ଠିକାରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୀର୍ଘ ୨୪ ବର୍ଷ ଧରି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତି ପାଇ ସ୍ୱଳ୍ପ ଦରମାରେ କେବିକେ ତଥା ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି. ବିଭିନ୍ନ PHC/CHC ରେ ଏ ଲୋପାଥିକ ଡାକ୍ତରଙ୍କ ଅଭାବ ସମୟରେ ସରକାର ଆୟୁଷ ଡାକ୍ତର ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ. ଯାହା ଦ୍ୱାରା ଆୟୁଷ ଡାକ୍ତର ମାନେ ଉତ୍ତମ ସେବା ସାଧାରଣ ଲୋକଙ୍କୁ ପହଂଚିଵା ସହ ସରକାର ସବୁ ଯୋଜନାକୁ ସଫଳ ରୂପାୟନ କରିପାରୁଛନ୍ତି. ଏତଦ ବ୍ୟତୀତ ର୍ବସ୍କ ରେ ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତର ମାନେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଜନ୍ମରୁ ୧୯ବର୍ଷ ଶିଶୁ ବାଳକ ଓ ବାଳିକା ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ହୃଦରୋଗ ଦାନ୍ତ ଚକ୍ଷୁ ଓ ଜନ୍ମଗତ ତ୍ରୁଟି ଥିବା ଶିଶୁ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଓ ପୃଷ୍ଟି ସାଦନ କେନ୍ଦ୍ରଙ୍କୁ ରେଫର କରି ଉତ୍ତମ ସେବା ପ୍ରଦାନ ଫଳରେ ରକ୍ତ ହୀନତା ଓ ଜନ୍ମ ସମୟରେ କମ ଓଜନ ଥିବା ଶିଶୁମାନେ ଉପକୃତ ହୋଇପାରୁଛନ୍ତି. ଭ୍ରାମ୍ୟ ପ୍ରାଣ ସ୍ୱାସ୍ଥ୍ୟ ସେବା ହେଉଛି ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରମୁଖ ସେବା ପ୍ରଦାନ କରି ବିଭାଗ ତଥାପି ସରକାର ଏହିଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଥିବା MHU/RBSK ଆୟୁଷ ଡାକ୍ତର ମାନଙୁ ସ୍ଥାୟୀ ନିଯୁକ୍ତି ନ ଦେବା ଦୁଃଖ ଓ ପରୀତାପ ର ବିଷୟ. ତେଣୁ ଏ ସମ୍ପର୍କରେ ରାଜ୍ୟ ସରକାର ହୃଦୟର ସହ ବିଚାର କରି ଆୟୁଷ ଡାକ୍ତର ମାନଙ୍କ ମନୋବଳକୁ ଦୃଢ କରିବେ ବୋଲି ମହୁଁ ଆୟୁଷ ଡାକ୍ତର ସଙ୍ଗର ରାଜ୍ୟ ସଭାପତି ସଚିକାନ୍ତ ମହାପାତ୍ର ଅନୁରୋଧ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ