ବିଜେପିରେ ଯୋଗ ଦେଲେ ୧୦୦ ବିଜେଡି ନେତା ଓ କର୍ମୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ଆଜି ଆନୁଷ୍ଠାନିକ ଭାବେ ଭାଜପା ଦଳରେ ଯୋଗ ଦେଇଛନ୍ତି । ଘଟଣାରୁ ପ୍ରକାଶ, କାଶୀନଗର ବ୍ଲକ ଶିଆଳି ପଞ୍ଚାୟତର କୋଲ୍ଲା, ମାଣ୍ଟିଗୁଡା ହରିପୁର, ପେଦାଗୁଡା, କେସି.ଗୁଡା, ହନୁମନ୍ତ ଗୁଡା, ଶିଆଳି ଆଦି ଗ୍ରାମରୁ ୧୦୦ରୁ ଉର୍ଦ୍ଧ ବିଜେଡି ନେତା ଓ କର୍ମୀ ଆଜି ଗଜପତି ଜିଲ୍ଲା ଭାଜପା କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ । ଭାଜପା ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଶିଆଳି ଗ୍ରାମ ପଞ୍ଚାୟତର ଉଦୟ ଚନ୍ଦ୍ର ଜେନା, ଚିନ୍ନାରାଓ ଶବର, ସର୍ବେଶ୍ୱର ରାଓ, ଡି.ଭୂୟାଁ, ମଙ୍ଗଳ ଗମାଙ୍ଗ, ସୁକୁ ଶବର ଓ ପୂର୍ବତନ ନାଏବ ସରପଞ୍ଚ, ପୂର୍ବତନ ୱାର୍ଡ ମେମ୍ବରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ସୂଚନା ମିଳିଛି । ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍. ସିମାଦ୍ରୀ, ବିଜେପି ସାଧାରଣ ସମ୍ପାଦିକା ଅରୁଣିମା ସାହୁ, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା ଓ କାଶୀନଗର ପଞ୍ଚାୟତ ସମିତି ବିଜେପି ଦଳର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଦଳରେ ଏମାନଙ୍କ ଯୋଗଦାନ ଆଗାମୀ ଦିନରେ କାଶୀନଗର ବ୍ଲକରେ ତଥା ଜିଲ୍ଲାରେ ଦଳକୁ ଅଧିକ ମଜବୁତ କରିବା ସହ ଆଗାମୀ ପଞ୍ଚାୟତ ବିଜେପି ପାଇଁ ସହାୟକ ହେବ ବୋଲି ବିଧାୟକ ଶ୍ରୀ ରାଓ କହିଥିଲେ । ସେହିପରି ବିଧାୟକଙ୍କ କାର୍ଯ୍ୟ ଓ ଆଦର୍ଶରେ ଆକୃଷ୍ଟ ହୋଇ ଭାଜପା ଦଳରେ ଏମାନେ ଯୋଗ ଦେଇଛନ୍ତି ବୋଲି ଉମାଚରଣ ଗନ୍ତାୟତଙ୍କ ସହ ଅନ୍ୟମାନେ ପ୍ରକାଶ କରିଛନ୍ତି ।


