ବିଜେପିର ମଣ୍ଡଳ ସଭାପତି ଚୟନ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ବିଜେପିର ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ସଭାପତି ଚୟନ ପକ୍ରିୟା ବିଜେପି ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର , ଜିଲ୍ଲା ସାଂଗଠନିକ ନିର୍ବାଚନ ଅଧିକାରୀ ସଂଞ୍ଜିବ ମହାନ୍ତିଙ୍କ ଉପସ୍ଥିତିରେ ସଭାପତି ମନୋନୀତ ହୋଇଛନ୍ତି ।ମନୋନୀତ କର୍ମୀ ମାନେ ହେଲେ ଆନନ୍ଦପୁର ନଗର ମଣ୍ଡଳ ସଭାପତି ଭାବେ ପ୍ରଶାନ୍ତ କୁମାର ମହାପାତ୍ର, ବାଲିବରେଇ ମଣ୍ଡଳ ସଭାନେତ୍ରୀ ଭାବେ ଟିକି କିସ୍କୁ, ଶାଳବଣି ମଣ୍ଡଳର ସଭାପତି ଭାବେ ଟୁକୁନା ମହାନ୍ତ, ବେଲବାହାଳି ମଣ୍ଡଳର ସଭାପତି ଭାବେ ଅନାଦି ଚରଣ ସାହୁ, ଗୟଳମୁଣ୍ଡା ମଣ୍ଡଳର ସଭାପତି ଭାବେ ହେମନ୍ତ କୁମାର ମହାନ୍ତ, ଶାଳଣିଆଁ ମଣ୍ଡଳର ସଭାପତି ଭାବେ ବଳଭଦ୍ର ବାରିକ, ବଞ୍ଚୋ ମଣ୍ଡଳର ସଭାପତି ଭାବେ ଶଶିକାନ୍ତ ରାଉତ, ହାଟଡିହି ମଣ୍ଡଳର ସଭାପତି ଭାବେ କୈଳାଶ ଚନ୍ଦ୍ର ସାମଲ ପ୍ରମୁଖ ମନୋନୀତ ହୋଇଛନ୍ତି । ଏଥିରେ ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ,ଜିଲ୍ଲା ଉପସଭାପତି ଗୋଲଖ ଜେନା, ବରିଷ୍ଠ ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜୟ ରାଉତ, ମଧୁସୁଦନ ରାଉତ, ହରମୋହନ ଶାସିନି, ଦଶରଥ ଜେନା ପ୍ରମୁଖଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ମନୋନୀତ ହୋଇଥିବା ସଭାପତି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ