ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି :  ବିଜେଡି

କେନ୍ଦ୍ରାପଡ଼ା, (ଚିତରଂଜନ ଦାସ): ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ବିଜେଡି କହିଛି । କେନ୍ଦ୍ରାପଡାରେ ବିଧାୟକ ଶଶିଭୂଷଣ ବେହେରାଙ୍କ ଲୋକପ୍ରିୟତାକୁ ସହି ନପାରି ବିଜେପି ପକ୍ଷରୁ ନାନା ପ୍ରକାର କୁତ୍ସାରଟନା କରାଯାଉଛି । ଜନୈକ ବ୍ୟକ୍ତିଙ୍କର ବିଧାୟକ ଶ୍ରୀ ବେହେରାଙ୍କ ସହ କୈାଣସି ସମ୍ପର୍କ ନଥିବା ବେଳେ ବିଜେପି ତାଙ୍କୁ ଯୋରଜବରଦସ୍ତି ଟାଣିଆଣି ମିଥ୍ୟା କଳଙ୍କ ବୋଳିବାକୁ ଚେଷ୍ଟା କରିଛି । ବିଜେପି ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କ କୁଶପୁତଳିକା ପୋଡିବା ଘଟଣାକୁ ବିଜେଡି ପକ୍ଷରୁ ଦୃଢ ଭାବରେ ନିନ୍ଦା କରାଯାଇଛି । ଯଦି ଏଭଳି ଭାବରେ ବିଜେପି ଆଗାମୀ ଦିନରେ କାର୍ଯ୍ୟ କରେ ତେବେ ବିଜେଡି ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରଞ୍ଜିତ ସାହୁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ମହେଶ ପାଢୀ, ଜିଲ୍ଲା ଯୁବ ବିଜେଡି ଉପସଭାପତି ମହେନ୍ଦ୍ର କୁମାର ମିଶ୍ର, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି ଓ ଛାତ୍ର ବିଜେଡି ସଭାପତି ପ୍ରଦିପ କୁମାର ସାହୁ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ