ବିଜେପି ଦେଲା ମାଷ୍ଟର ଷ୍ଟ୍ରୋକ ପାରଳା ରାଣୀ କଲ୍ୟାଣୀ ଦେବୀ ବିଜେପିରେ ଯୋଗଦେବେ
ପାରଳାଖେମୁଣ୍ଡି, (ତାରିଣି ପ୍ରାସାଦ ପଣ୍ଡା):ଗଜପତି ଜିଲ୍ଲା ବିଜେଡିକୁ ଶକ୍ତ ଝଟକା ଲାଗିବାକୁ ଯାଉଛି. ବିଜେପି ଦଳର ମାଷ୍ଟର ଷ୍ଟ୍ରୋକରେ ଏହି ଝଟକା ଲାଗିବାକୁ ଯାଉଛି. ପାରଳାର ରାଣୀ କଲ୍ୟାଣୀ ଦେବୀ ଅତି ତୁରନ୍ତ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେବେ. ଏନେଇ ସମସ୍ତ ନିଷ୍ପତ୍ତି ଶେଷ ହୋଇଛି ଏବଂ ଅତି ତୁରନ୍ତ ପାରଳା ରାଣୀ କଲ୍ୟାଣୀ ଦେବୀ ବିଜେପି ଦଳରେ ସାମିଲ ହେବା ନେଇ ଦଳୀୟ ଘୋଷଣା କରାଯିବ ବୋଲି ବିଜେପି ଦଳରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି. ଏଠାରେ ସୂଚନାଯୋଗ୍ୟଯେ, ନବ ଉତ୍କଳର ନିର୍ମାତା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଣି ନାତୁଣୀ ତଥା ପାରଳାଖେମୁଣ୍ଡିର ପୂର୍ବତନ ମହାରାଜା ତଥା ପୂର୍ବତନ ସାଂସଦ ସ୍ବର୍ଗତ ଗୋପୀନାଥ ଗଜପତିଙ୍କ ସୁକନ୍ୟା ଯୁବରାଣୀ ତଥା ବିଜେଡି ଦଳରୁ ୨୦୧୯ ରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାର୍ଥିନୀ ହୋଇ ପରାଜିତ ହୋଇଥିବା ସୁଶ୍ରୀ କଲ୍ୟାଣୀ ଗଜପତି ଖୁବ ଶୀଘ୍ର ବଜପି ଦଳରେ ଯୋଗ ଦେବା ନେଇ ଜିଲ୍ଲାର ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି. 3 ଦିନ ତଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ ଓ ମୋହନା ନିର୍ବାଚନ ମଣ୍ଡଳୀରୁ ଗତ 2024 ନିର୍ବାଚନରେ ବିଜେପି ଦଳର ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବିଜେପିର ବରିଷ୍ଠ ନେତା ପ୍ରଶାନ୍ତ ମଲ୍ଲିକଙ୍କ ସହ ମିଶି ଯୁବରାଣୀ କଲ୍ୟାଣୀ ଦେବୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଭେଟିଥିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଫଟୋକୁ ରାଜନୈତିକ ବିଶେଷଜ୍ଞ ମାନେ ଅକୋଳନ କରିବାରେ ଲାଗିଛନ୍ତି l ତେବେ ଯୁବରାଣି କଲ୍ୟାଣୀ ଦେବୀ ତାଙ୍କର କୌଣସି ବ୍ୟକ୍ତିଗତ କାମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନା ବିଜେପିରେ ଯୋଗଦେବା ପାଇଁ ଆଲୋଚନା ହୋଇଥିଲା ତାହା ଜଣାପଡିନି l ବିଜେଡି ଦଳରୁ ବିଧାୟକ ଥିବା କେ.ନାରାୟଣ ରାଓଙ୍କୁ ୨୦୧୯ ବିଧାନ ସଭା ନିର୍ବାଚନରେ ଦ୍ୱିତୀୟ ଥର ବିଜେଡ଼ି ଦଳ ଟିକେଟ ନଦେଇ ଯୁବରାଣୀ କଲ୍ୟାଣ ଗଜପତିଙ୍କୁ ବିଜେଡି ଦଳୀୟ ପାର୍ଥୀ କରିବାରୁ ଶ୍ରୀ ରାଓ ବିଜେଡି ଦଳରୁ ଇସ୍ତଫା ଦେଇ ବିଜେପରେ ସାମିଲ ହେଲେ ଏବଂ ବିଜେପି ଦଳରୁ ପାର୍ଥୀ ହୋଇ ବିଜୟୀ ମଧ୍ୟ ହୋଇଥିଲେ l ସେହି ନିର୍ବାଚନରେ ରାଣୀ ସୁଶ୍ରୀ କଲ୍ୟାଣୀ ଦେବୀ ପରାଜୟ ବରଣ କରିଥିଲେ l ପରାଜିତ ହେବା ପରଠାରୁ ରାଣୀ ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ପ୍ରଚାର ମଧ୍ୟ କରୁଥିଲେ l ଚଳିତ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଦଳୀୟ ଟିକେଟ ନ ଦେବା ସହ ଅଣଦେଖା କରିଥଲେ l ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ପାଈଁ ପ୍ରଚାର ନକରି ରାଜ ପ୍ରାସାଦ ଭିତରୁ ବାହାରକୁ ବାହାରି ନଥିଲେ l ବିଜେଡି ଦଳ ଉପରେ ତାଙ୍କର ଅସନ୍ତୋଷ ରହିଥିଲା l ଏପଟେ ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ସହ ଯାଇ ସେ ମୂଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ମିଶିବା ନେଇ ପାରଳା ଯୁବ ରାଣୀ କଲ୍ୟାଣୀ ଦେବୀ ଖୁବଶୀଘ୍ର ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଜାରୀ ରହିଛି l ଯଦି ଯୁବ ରାଣୀ କଲ୍ୟାଣୀ ଦେବୀ ବିଜେପି ରେ ଯୋଗ ଦିଅନ୍ତି ତେବେ ବିଜେଡି ପାଇଁ ଏହା ଏକ ଶକ୍ତ ଧକ୍କା ସଦୃଶ ହେବ l


