ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ ଘଟିକା ସମୟରେ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ପ୍ରମୁଖ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ Iଏହି ବୈଠକରେ ଜିଲ୍ଲାପାଳ ଆସନ୍ତା କାଲି ଠାରୁ ହେବାକୁ ଥିବା ନାମାଙ୍କନ ଏବଂ ବିଜ୍ଞପ୍ତି ପ୍ରକାଶ ଉପରେ ଆଲୋଚନା କରିଥିଲେ । ବିଜ୍ଞପ୍ତି ପ୍ରକାଶ ପରେ ନାମାଙ୍କନ ଗ୍ରହଣ କରାଯିବ । ଏହି ସମୟରେ ଛୁଟି ଦିନଗୁଡିକୁ ଛାଡି ସମସ୍ତ ଅଫିସ ଦିନ ଗୁଡିକରେ ଆସନ୍ତା ମଇ ୧୪ ତାରିଖ ଯାଏଁ ନାମାଙ୍କନ ଦାଖଲ କରାଯାଇପାରିବ । ପାର୍ଥୀ ଦିନ ୧୧ ଘଟିକା ରୁ ଅପରାହ୍ନ ୩ ଟା ଯାଏଁ ନିଜ ନାମାଙ୍କନ ପତ୍ର ସମ୍ପୃକ୍ତ ରିଟର୍ନିଙ୍ଗ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ । ମଇ ୧୫ ତାରିଖ ନାମାଙ୍କନ ଯାଞ୍ଚ ଏବଂ ୧୭ ତାରିଖ ପାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ ଜୁନ ୧ ତାରିଖ ଜିଲ୍ଲାରେ ମତଦାନ ହେବ । ତେବେ ନିର୍ବାଚନ ଆୟୁକ୍ତଙ୍କ ଗାଇଡ୍ ଲାଇନ୍ କୁ ଶତପ୍ରତିଶତ ମାନିବାକୁ ସମସ୍ତଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ନାମାଙ୍କନ କେନ୍ଦ୍ରର ୧୦୦ ମିଟର ଦୂରତା ଭିତରେ ପାର୍ଥୀ ୩ଟି ଗାଡି ସହ ୪ ଜଣଙ୍କୁ ସାଥିରେ ଆଣିପାରିବେ । ସେହିପରି ୩ ଟା ପରେ କୌଣସି ନାମାଙ୍କନ ଗ୍ରହଣ କରାଯିବନି । ଉପଯୁକ୍ତ ଡକ୍ୟୁମେଣ୍ଟ, ସ୍ୱତନ୍ତ୍ର ବ୍ୟାଙ୍କ ଖାତା, ନିର୍ଦ୍ଧାରିତ ଜମା ରାଶି ଦାଖଲ କରିବାକୁ ଜିଲ୍ଲାପାଳ କହିଥିଲେ । ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ I ନିର୍ବାଚନକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ରାଜନୈତିକ ଦଳ ମଧ୍ୟରେ ସହଯୋଗ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ କହିଥିଲେ। ଏହି ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ଅନଲାଇନରେ କିପରି ନାମାଙ୍କନ ସହ ପ୍ରଶାସନ ର ଅନୁମତି ମାଗିବେ ସେ ବାବଦରେ ଜଣା ଯାଇଥିଲା । ସେମାନେ https:// suvidha.eci.gov.in ରେ ସମସ୍ତ ତଥ୍ୟ ଭରି ଅନଲାଇନରେ ନାମାଙ୍କନ କରିପାରିବେ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳରୁ ସଦସ୍ୟମାନେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ