ବିଜୟ ଶଙ୍କର ଦାସଙ୍କ ପ୍ରାର୍ଥିତ୍ୱକୁ ସ୍ୱାଗତ କଲେ କର୍ମୀ

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ): ବିଜେଡି ତରଫରୁ ତିର୍ତ୍ତୋଲ ଉପ ନିର୍ବାଚନ ଆସନ ଲାଗି ସୋମବାର ଦଳିୟ ପ୍ରାର୍ଥିଙ୍କ ନାମ ଘୋଷଣା କରାଯାଇଛି। ତିର୍ତ୍ତୋଲର ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ଵିଜୟ ଶଙ୍କର ଦାସଙ୍କୁ ଏଠାରୁ ପ୍ରାର୍ଥି କରାଯାଇଛି । ଦଳ ତରଫରୁ ଏହି ଘୋଷଣା ପରେ ତିର୍ତ୍ତୋଲ ଅଞ୍ଚଳରେ ଦଳିୟ କର୍ମୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । ବିଭିନ୍ନ ସ୍ଥାନରେ ବାଣ ଫୁରଇ କର୍ମୀ ମାନେ ଖୁସି ଜାହିର କରିଛନ୍ତି । ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଦଳିୟ କର୍ମୀ ମାନେ ଶ୍ରୀରାମ ମଣ୍ଡପରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ତଥା ଦଳିୟ ସୁପ୍ରିମୋଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ବିଜୟ ଶଙ୍କରଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଘୋଷଣା ସହ ଉପସ୍ଥିତ କର୍ମୀମାନେ ଏହି ଘୋଷଣାକୁ ସ୍ୱାଗତ କରିଥିଲେ । ବରିଷ୍ଠ ବିଜେଡି ନେତା ଭାସ୍କର ଚନ୍ଦ୍ର ନାୟକଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେଡି ଜିଲା କୃଷକ ମୋର୍ଚ୍ଚା ଆବାହକ ଦେବବ୍ରତ ମହାନ୍ତି, ମନୋରଞ୍ଜନ ରାଉତ, ସୁଶାନ୍ତ ବିଶ୍ୱାଳ, ବାବାଜୀ ସାହୁ, ସୁଶାନ୍ତ ଦାସ, ଗୌରାଙ୍ଗ ବାରିକ, ରମେଶ ନାୟକଙ୍କ ସମେତ ବହୁ ଦଳିୟ କର୍ମୀ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ତଥା ଦଳିୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣାକୁ ପୂର୍ବତନ ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ମନୋଜ ମହାନ୍ତି, ପ୍ରସନ୍ନ ମଲ୍ଲିକ, ବଟକୃଷ୍ଣ ଦାସ, ବିନୟ ମହାପାତ୍ର, ବିମଳ ମହାପାତ୍ର ପ୍ରମୁଖ ସ୍ଵାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ