ବିଡ଼ିଓଙ୍କ ବଦଳି ଓ ସହକାରୀ ଯନ୍ତ୍ରୀ‌ଙ୍କୁ ନିଯୁକ୍ତି ଦାବିରେ ବ୍ଳକ ଅଧ୍ୟକ୍ଷା।‌ଙ୍କ ଧାରଣା

ରାଇର‌ଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ବ୍ଲକ ବିଡ଼ିଓଙ୍କୁ ତୁରନ୍ତ ବଦଳି ଆଦେଶ ଦାବିରେ ତେଜୁଛି ଜନଅସନ୍ତୋଷ। ସେହିପରି ସହକାରୀ ଯନ୍ତ୍ରୀ ନିଯୁକ୍ତି ହୋଇନଥିବାରୁ ବାଧାପ୍ରାପ୍ତ ହେଉଛି ଉନ୍ନୟନମୂଳକ କାର୍ଯ୍ୟ। ଯାହାର ପ୍ରତିବାଦରେ ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ୧୦ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧିମାନେ ମୁଖ୍ୟ ପ୍ରବେଶ ଫାଟକରେ ତାଲା ପକାଇ ଧାରଣାରେ। ତେବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବଦଳି ଆଦେଶଜାରୀ ପରେ ଜିଲ୍ଲା ପ୍ରଶାସନ ରିଲିଫ ନ କରିବା ଘଟଣାକୁନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଳକ ମୁଖ୍ୟପ୍ରବେଶ ଫାଟକରେ ପଡିଲା ତାଲା । ବିଭିନ୍ନ ଦାବି ସହିତ ବ୍ଲକ BDOଙ୍କୁ ତୁରନ୍ତ ବଦଳି ଦାବିରେ ବ୍ଳକ କାର୍ଯ୍ୟାଲୟ ସମତେ ମୁଖ୍ୟ ପ୍ରବେଶ ଫାଟକରେ ତାଲା ପକାଇ ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଧାରଣାରେ ବସିଲେ ବ୍ଳକର ସମସ୍ତ ନିର୍ବାଚିତ ଲୋକପ୍ରତିନିଧି । ବ୍ଳକ BDOଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଶୁକୃଳି ବ୍ଳକ ଅଞ୍ଚଳର ସମସ୍ତ ଉନ୍ନୟନ କାର୍ଯ୍ୟମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବା ବଦଳରେ ବନ୍ଦ ହଇ ପଡ଼ିଥିବାରୁ ତୁରନ୍ତ ଏଠାରେ ନୂତନ BDO ନିଯୁକ୍ତି ସହିତ ପୁରୁଣା BDO ଙ୍କ ରିଲିଫ ଦାବିରେ ଆଜି ଦିନ ୧୦.୩୦ମିନିଟ ସମୟରୁ ତାଲା ପକାଇ ଗେଟ ସମୁଖ୍ୟରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ସମସ୍ତ ପଞ୍ଚାୟତ ସମିତିମେମ୍ବର । ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ କୌଣସି ପଦକ୍ଷେପ ନ ନେବେ ତେବେ ବ୍ଳକଗେଟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାଜାରୀ ରହିବ ବୋଲି କହିଛନ୍ତି ବ୍ଳକ ଅଧ୍ୟକ୍ଷା ସମେତ ସମସ୍ତ PRI ମେମ୍ବର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ