ସୋରଡା ପୋଲିସ ତରଫରୁ କାରୋନା ସଚେତନ ବାର୍ତ୍ତା

ସୋରଡା (ରଜନୀ ମହାପା‌ତ୍ର):ସୋରଡା ରେ ପୋଲିସ ତରଫରୁ ଆରମ୍ଭ ହୋଇଛି କାରୋନା ସଚେତନ ରଥ । ଶୁକ୍ରବାର ଥାନା ସମୁଖରୁ ଆଇଆଇସି ରମେଶ କୁମାର ପ୍ରଧାନ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇ ନଗର ସମେତ ବ୍ଲକ ର ଗ୍ରାମ ମାନଙ୍କୁ ପରିକ୍ରମା ଆରମ୍ଭ ହୋଇଛି । ଡାକବାଜି ଯନ୍ତ୍ର ଦ୍ଵାରା ବାର୍ତ୍ତା ପ୍ରଦାନ ସହ ସମସ୍ତେ ମାସ୍କ ପରିଧାନ ସମେତ ଦୟା ପୂର୍ବକ ଦୂରତା ରକ୍ଷା କରିବାକୁ ମଧ୍ୟ ନିଜେ ଆଇଆଇସି ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଏହାଛଡା ଅମାନିଆ ମାନକୁ ମଧ୍ୟ ନିୟମ ମାନିବାକୁ ବାଧ୍ୟ କରାଯାଇଛି । ଏଭଳି ମାସ୍କ ଯାଞ୍ଚ ପ୍ରକ୍ରିୟା କ୍ରମାଗତ ଚାଲୁ ରହିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ