ବିଦ୍ୟୁତ ଖୁଣ୍ଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସୂଚନା ଅନୁସାରେ ଆଜି ଅପରାହ୍ନରେ ଭଞ୍ଜନଗର ବନବିହାର ପାର୍କ ସମ୍ମୁଖ ରାସ୍ତା କଡରେ ଥିବା ୧୧ କେଭି line ବିଦ୍ୟୁତ ଖୁଣ୍ଟ ରେ ୨୫ ବର୍ଷୀୟ ଯୁବକ ହଠାତ ଚଢି ଆତ୍ମ ହତ୍ୟା କରିବାକୁ ଉଦ୍ୟତ ହେବା ସମୟରେ ସ୍ଥାନୀୟ ଲୋକେ ପାଟି କରି ଓଲ୍ହାଇ ଆସିବାକୁ ଅନୁରୋଧ କରିଥିଲେ କିନ୍ତୁ ଯୁବକ ଟି ଜିଦ ରେ ଅଟଳ ଥିଲା ଓ ବାରଣ ସତ୍ତ୍ୱେ ବିଦ୍ୟୁତ ତାର କୁ ଧରି ଦେଇଥିଲେ।ଏହି ସମୟରେ ଭଞ୍ଜନଗର ଅଗ୍ନି ବିଭାଗ ଓ ପୋଲିସ ପହଞ୍ଚି ବହୁତ କଷ୍ଟରେ ତାଙ୍କୁ ଦଉଡି ମାଧ୍ୟମରେ ତଳକୁ ଆଣିଲେ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି।ଯୁବକ ର ନାମ ଅଶୋକ ମହାରଣା ଘର ବ୍ରମହପୁର ଲାଷ୍ମୀ ନୃସିଂହ ସାହି, ସେ କୋୖଣସି ଏକ ମେଳା ରେ କାର୍ଯ୍ୟ କରୁଥିଲେ,ସେମାନଙ୍କ ସହ କର୍ମୀ ମାନେ କହିବା ଅନୁସାରେ ସେ ମୁଜଗଡ ରେ ମେଳା ଲାଗିଥିଲା ଓ ସେମାନେ ଖାଇବା ପାଇଁ ଭଞ୍ଜନଗର ବନବିହାର ସାମ୍ନାରେ ଥିବା ହୋଟେଲ ଜଙ୍ଗଲ ଭିଉ କୁ ଯାଇଥିଲେ।ହଠାତ ଖାଇବା ଜାଗାରୁ ଉଠି ଆସି ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ଯାଇ ଥିଲେ।ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।ଲୋକଟିର ମାନସିକ ଅବସ୍ଥା ଠିକ ଥିଲେ ସୁଦ୍ଧା କିପରି ଓ କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟ କଲେ ସମସ୍ତଙ୍କୁ ଚକିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ