ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ଆହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ କମିଟି ଆହ୍ୱାନରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର କଂଗ୍ରେସ କମିଟି ତରଫରୁ ଇଲେକ୍ଟ୍ରିକ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଏବଂ ଗତ ବର୍ଷ ମହାମାରୀ କରୋନା ଯୋଗୁଁ ସବୁ ବର୍ଗର ଲୋକଙ୍କ ସହ ବିଦ୍ୟୁତ ବ୍ୟବହାରକାରୀ ଅଣୁ ,କ୍ଷୁଦ୍ର, ମଧ୍ୟମ, ଶିଳ୍ପ ଅନୁଷ୍ଠାନ ରହିଥିବାବେଳେ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ।ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଯୋଗୁଁ କର୍ମଚାରୀ ମାନେ କାମ ହରାଇଛନ୍ତି । ଲୋକେ କାମଧନ୍ଦା ନ ପାଇ ହାତବାନ୍ଧି ବସିଛନ୍ତି । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ରାଜ୍ୟର ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେୟ ୭ମାସରେ ୫୦ ପଇସା ବଢାଇଲେଣି ।ଗତ ଥର ୨୦ ପଇସା ଏବଂ ଏପ୍ରିଲ ପରେ ୩୦ପଇସା ବଢାଇଛନ୍ତି । ନେସ୍କୋକୁ ଟାଟା ବିଦ୍ୟୁତ୍ ବିତରକ ସଂସ୍ଥା କୁ ବିତରଣ ଦାୟିତ୍ଵ ଦେଇଛନ୍ତି ।ଯାହାଫଳରେ ଟାଟା ବିତରକ ସଂସ୍ଥା ମନମାନିରେ ବିଦ୍ୟୁତ୍ ଦେୟ ଅହେତୁକ ବୃଦ୍ଧି କରି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ କୁଠାରାଘାତ କରିଛି । ଏହା‌ଦ୍ୱାରା ୨୦୦ୟୁନିଟ ବ୍ୟବହାର କରୁଥିବା ଉପଭୋକ୍ତା ୟୁନିଟ ପିଛା ୫ଟଙ୍କା ୬୦ ଏବଂ ୪୦୦ ୟୂନିଟ ବ୍ୟବହାର କରୁଥିବା ଉପଭୋକ୍ତା ୬ଟଙ୍କା ୨୦ପଇସା ଦେବାକୁ ପଡ଼ିବ । ଧାରଣାରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବର୍ଷିୟାନ କଂଗ୍ରେସ ନେତା ଅନନ୍ତ ଖୁଣ୍ଟିଆ,ଆଡଭୋକେଟ ବିଶ୍ବନାଥ ଦାସ, ରାଇରଙ୍ଗପୁର ଟାଉନ ସଭାପତି ଅଶୋକ ଅଗ୍ରୱାଲ,ଜାମଦା ବ୍ଳକ ସଭାପତି ସବ୍ୟସାଚୀ ଖୁଣ୍ଟିଆ, ରାଇରଙ୍ଗପୁର ବ୍ଳକ ସଭାପତି ସିମାଲ ମାଝୀ,ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେ,କ୍ଷେତ୍ରମଣି ବାଗେ , ବସନ୍ତ ପଟ୍ଟନାୟକ,ଦୀପକ ମହାନ୍ତି, ଅର୍ଜୁନ ସାହୁ, ମହମ୍ମଦ ଇନ୍ତେଖାବ ପ୍ରମୁଖ ସାମିଲ ଥିଲେ । ରାଜ୍ୟ ସରକାର ଯଦି ଆଗାମି ଦିନରେ ବିଦ୍ୟୁତ୍ ଦର ହ୍ରାସ ପାଇଁ ଠୋସ ପଦକ୍ଷେପ ନ ନିଅନ୍ତି ତାହାହେଲେ ଦଳ ତରଫରୁ ତିବ୍ର ଆନ୍ଦୋଳନ କରାଯିବ ବୋଲି ନେତୃବୃନ୍ଦ କହିଥିଲେ ।ପରେ ଇଲେକ୍ଟ୍ରିକାଲ ଏକଜିଉଟିଭ ଇଞ୍ଜିନିୟର ଚିନ୍ମୟ ବେହେରାଙ୍କ ‌ଦ୍ୱାରା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ