ଅବକାରୀ ଚଢାଉ: ମଦ ଜବତ, ମହିଳା ସମେତ ଦୁଇ ଗିରଫ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂ ଙ୍କ ନେତୃତ୍ବରେ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଜଣେ ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହୁଲଢିହାର ନରେନ୍ଦ୍ର ହାଁସଦାଙ୍କ ଘରେ ଚଢ଼ାଉ କରି ୧୦ ଲି ଦେଶୀ ମଦ, ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପୋଡାଢିହା ଗ୍ରାମର ଗୁରୁବାରି ସିଂ ଘରୁ ୯.୭୫ ଲି ବିୟର ଏବଂ ଖୁସି ସିଂ ଘରୁ ୮ଲି ମଦ ଜବତ କରାଯିବା ସହ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।


