ବିଦ୍ୟୁତ ବିଲ ପୈଠ ପରେ ମିଳୁନି ରସିଦ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମଣିନାଥପୁର ଗ୍ରାମର ଜଣେ ବ୍ୟକ୍ତି ବକେୟା ବିଦ୍ୟୁତ ବିଲ ପୈଠ କରିଥିଲେ ସୁଦ୍ଧା ତାଙ୍କୁ ରସିଦ ମିଳିନଥିବା ଅଭିଯୋଗ ହୋଇଛି । ପ୍ରାପ୍ତସୂଚନା ଅନୁଯାୟୀ ଗ୍ରାମର ଶମ୍ଭୁନାଥ ବେହେରା ଘରେ ନଥିବାବେଳେ ବିଦ୍ୟୁତ ବିଲ ଆଦାୟ କରୁଥିବା ଦିନବନ୍ଧୁ ପରିଡା ତାଙ୍କ ପତ୍ନୀଙ୍କ ଠାରୁ ୫ହଜାର ଟଙ୍କା ନେଇଥିଲେ । ବିଦ୍ୟୁତ ବିଲ ପୈଠ ବାବଦକୁ ତାଙ୍କୁ କୌଣସି ରସିଦ ଦେଇନଥିବାବେଳେ ଏନେଇ ସମୟ ଗଡାଇ ଚାଲିଥିଲେ । ଘଟଣାକୁ ନେଇ କିଛିଦିନ ପରେ ଯୁକ୍ତିତର୍କ ହେବା ସହ କଥା ଥାନା ଯାଏଁ ଯାଇଥିବା ଜଣାପଡିଛି । ଘଟଣାରେ ବିଦ୍ୟୁତ ବିଲ ଆଦାୟକାରୀ ଦିନବନ୍ଧୁ ବିଦ୍ୟୁତ ଉପଭୋକ୍ତାଙ୍କ ନାମରେ ପୁଲିସ ନିକଟରେ ଅଭିଯୋଗ କରିଥିବାବେଳେ ଉପଭୋକ୍ତା ମଧ୍ୟ କର୍ମଚାରୀଙ୍କ ନାମରେ ଅଭିଯୋଗ କରିଛନ୍ତି । ଦୁଇ ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ