ବିଧବା ମହିଳାଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରିବା ନେଇ ମତ ରଖିଲେ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ

ହାଟଡିହି, (ବିକାଶ ବିଶ୍ୱାଳ):ପରିବେଶ ସୁରକ୍ଷା ପାଇଁ ଜଣେ ବ୍ୟକ୍ତି ଅତିକମରେ ୫ଟି ବୃକ୍ଷରୋପଣ କରିବା ସହିତ ତାର ଯତ୍ନ ନେଇ ବଡ଼ କରିବା ଆବଶ୍ୟକ। ନିଶାଦ୍ରବ୍ୟ କାରବାରରେ ସରକାର ରୋକ ଲଗାଇବା ସହିତ ନାରୀ ନିର୍ଯ୍ୟାତନା ରୋକିବା, ପୁରୁଷ ନିର୍ଯ୍ୟାତନା ରୋକିବା ପାଇଁ ପୁରୁଷ କମିସନ ଗଠନ କରିବା, ବିଧବା ମହିଳାଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରିବା ନେଇ ମତ ରଖିଛନ୍ତି ବାବା ବଳିଆ । ଆଜି କେନ୍ଦୁଝର ଜିଲ୍ଲାର ବଞ୍ଚୋ ଠାରେ ଅନୁଷ୍ଠିତ ଗୁରୁସାନିଧ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ସାମ୍ବାଦିକ ସମ୍ମିଳନୀ କରି ଏପରି ମତ ରଖିଛନ୍ତି। ସେ କହିଛନ୍ତି ଯେ ଆମ ଦେଶରେ ଲୋକ ସଂଖ୍ୟା ଅନୁପାତରେ ବୃକ୍ଷ ହାର ବହୁତ ପଛରେ । ସେଥିପାଇଁ ଜଳବାୟୁ ପରିବର୍ତ୍ତନ ଘଟିବା ସହ ଆମ ଦେଶରେ ଉତ୍ତାପ ବୃଦ୍ଧିପାଉଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ୫ଟି ବୃକ୍ଷ ରୋପଣ କରିବା ଆବଶ୍ୟକ ରହିଛି । ସେହିପରି ବଜ୍ରପାତରୁ ରକ୍ଷା ପାଇଁ ତାଳ, ଖଜୁରୀ ଓ ପ୍ରଚୁର ପରିମାଣର ଲିମ୍ବ ଗଛ ଲଗାଇବା ଆବଶ୍ୟକ ବୋଲି ବାବା ବଳିଆ ଆହ୍ବାନ ଦେଇଛନ୍ତି । ବର୍ତ୍ତମାନ ସମୟରେ ନିଶା ରୁପକ ରାକ୍ଷସ ସମାଜକୁ କୁଳୁଷିତ କରି ଚାଲିଛି। ତେଣୁ ସରକାର ନିଶା କାରବାର ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିବା ଆବଶ୍ୟକ ହୋଇ ପଡିଛି। ସେହିପରି ନାରୀ ନିର୍ଯ୍ୟାତନା କୁ ବନ୍ଦ କରାଯିବା ସହ ପୁରୁଷ ନିର୍ଯ୍ୟାତନା ରୋକିବା ପାଇଁ ପୁରୁଷ କମିଶନ ଗଠନ କରିବା ଆବଶ୍ୟକ। ସେହିପରି ଆମ ସମାଜରେ ବିଧବା ମହିଳା ମାନଙ୍କୁ ଶୁଭ କାର୍ଯ୍ୟରେ ସାମିଲ କରାଯାଉ ନାହିଁ। ଏପରି ଅନ୍ଧବିଶ୍ବାଷକୁ ଦୁରେଇ ସେମାନଙ୍କୁ ସମସ୍ତ ଲକ୍ଷ୍ମୀପୂଜା କରିପାରିବେ, ବନ୍ଦାପନା କରିପାରିବେ, ତେଣୁ ସେମାନଙ୍କୁ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବାକୁ ସେ ଆହ୍ବାନ ଦେଇଛନ୍ତି। ହିନ୍ଦୁଧର୍ମରେ ବିବାହ ବେଳେ ଜାତକ ମେଳକ ଅପେକ୍ଷା ବର କନ୍ୟାଙ୍କ ରକ୍ତମେଳକର ଆବଶ୍ୟକତା ରହିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେହିପରି ଏବେ ଆନ୍ଧ୍ରରେ ଘିଅରେ ଚର୍ବି ମିଶାଯିବା ଘଟଣାକୁ ସେ ନିନ୍ଦା କରିଛନ୍ତି। ସେହିପରି ଏବେ ଜଣେ କଳାକାର ଜଗନ୍ନାଥଙ୍କୁ ଭିନ୍ନ ଢ଼ଙ୍ଗରେ ଧରି ଅଭିନୟ କରିବା ଘଟଣାକୁ ସେ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଜଣେ କଳାକାର ଅଭିନୟ କ୍ଷେତ୍ରରେ ଜଣେ ଇଂଜିନିୟର । ସେ ଅନ୍ୟ ଢ଼ଙ୍ଗରେ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରି ପାରିବ, ତେଣୁ ଜଗନ୍ନାଥଙ୍କୁ ଧରି ଏପରି ଅଭିନୟ କରିବା ଉଚିତ ନୁହଁ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ସମୟରେ ବାବାଜି ନରହରି ଦାସ, ସେବକ ମଧୁସୁଦନ ଦାସ, ସେବକ ସଞ୍ଜୟ ଦାସ, ସେବକ ଗୋପାଳ ଦାସ, ସେବକ କଳିଆ ନନା, ଶ୍ରୀକାନ୍ତ ନାୟକ, ସୁଧାଶୁଂ ରାଉତ, ଛବିନ୍ଦ୍ର ନାୟକଙ୍କ ସମେତ ଅନନ୍ତ ବଳିଆ ଟ୍ରଷ୍ଟ, ବିଶ୍ଵସନାତନ ସେବା ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ