ବିଧାନସଭା ସଦାଚାର କମିଟିର ଦିନିକିଆ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ମାନ୍ୟବର ଅଧକ୍ଷ ଅମର ପ୍ରସାଦ ଶତପଥିଙ୍କ ନେତୃତ୍ୱରେ ବିଧାନସଭାର ସଦାଚାର କମିଟି ବ୍ରହ୍ମପୁର ଦିନିକିଆ ଗସ୍ତ କରି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଦକ୍ଷିଣାଞ୍ଚଳରେ ଅବସ୍ଥିତ ୧୦ ଟି ଜିଲ୍ଳାର ଉଚ୍ଚପଦାଧିକାରୀ ମାନଙ୍କ ସହିତ ଜନପ୍ରତିନିଧି ମାନଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାର ସମୀକ୍ଷା କରିଥିଲେ । ଏଥିସହ ବିଧାନସଭା ବୁକ୍ ସର୍କୁଲାର୪୭ ଅନୁଯାୟୀ ଜନପ୍ରତିନିଧି ମାନଙ୍କ ଚିଠି ପହଞ୍ଚିବା କ୍ଷଣି ତାର ତୁରନ୍ତ ପ୍ରାପ୍ତି ସ୍ୱୀକାର ପ୍ରଦାନ କରାଯିବ ଏଥିପାଇଁ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିମ୍ନସ୍ତର ପର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟାଳୟରେ ଜଣେ ଜଣେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କୁ ସମନ୍ୱୟ କାରୀ ଭାବେ ନିଯୁକ୍ତି କରାଯିବ ଏଥିସହ ପ୍ରତ୍ୟୈକ ମାସର ୧ ଓ ୧୫ ତାରିଖ ଦିନଜିଲ୍ଳାର କାର୍ଯ୍ୟାଳୟ ଗୁଡିକରେ ଜନପ୍ରତିନିଧିଙ୍କ ଚିଠି ଗୁଡିକର କାର୍ଯ୍ୟନୁଷ୍ଠାନ ହେବ । ଚିଠିର ସବିଶେଷ ଉତ୍ତର ଦେବା ସମ୍ବବ ନହେଲେ ଅନ୍ତରୀଣ ପ୍ରଦାନ କରାଯିବ । ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ।କମିଟିର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ,ଭୂପିନ୍ଦର ସିଂ , ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ,କିଶୋର କୁମାର ମହାନ୍ତି , ପ୍ରଫୁଲ ସାମଲ , ଅଶ୍ୱିନୀ କୁମାର ପାତ୍ର, ସୁବାସ ଚନ୍ଦ୍ର ପାଣିଗ୍ରାହି, ଗଣେଷ ରାମସିଂ ଖୁଣ୍ଟିଆ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ