ସ୍ୱେଚ୍ଛାକୃତ ରକ୍ତଦାତା ସଙ୍ଘର ଉତ୍ତମ ପ୍ରୟାସ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ବାଲିପଦରରେ ଅନୁଷ୍ଠିତ ବାଲିପଦର ମହୋତ୍ସବରେ ସ୍ବେଚ୍ଛାକୃତ ରକ୍ତଦାତା ସଙ୍ଘର ସଭାପତି ସୂର୍ୟ୍ୟ ନାରାୟଣ ପରିଡାଙ୍କ ଦ୍ଵାରା ଖୋଲା ଯାଇଥିବା ଷ୍ଟଲକୁ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଉଦ୍ଘାଟନ କରିଥିଲେ।ଏଥିରେ ଅତିଥି ଭାବେ ଇଂଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ,ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା,ସମିତି ସଭ୍ୟ ମହେନ୍ଦ୍ର କୁମାର ପଣ୍ଡା,ବଣିକ ସଙ୍ଘ ସଭାପତି ପ୍ରତାପ ବାବୁ, କଲେଜ ଅଧ୍ୟକ୍ଷ ବି ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ ଖାଲି ପରିଡା,ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ବୁଗୁଡା ବ୍ଲକ ବିଷ୍ଣୁଚକ୍ର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂର୍ୟ୍ୟ ନାରାୟଣ ପରିଡା ସ୍ବେଚ୍ଛାକୃତ ରକ୍ତଦାତା ସଙ୍ଘ ମାଧ୍ୟମରେ ରକ୍ତ ଦାନ ମହାପୂର୍ଣ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଓ ରକ୍ତଦାତା ସଂଗ୍ରହ କରିବା ମୁଖ୍ୟଲକ୍ଷ।ଯାହା ଫଳରେ ସ୍ବେଚ୍ଛାକୃତ ଭାବେ ରକ୍ତ ସଂଗ୍ରହ ହୋଇ ରୋଗୀମାନଙ୍କ ଜୀବନ ବଞ୍ଚାଯାଇପାରିବ। ଏଥିପାଇଁ ସେ Gift of life blood ନାମରେ ଏକ ଆପ୍ଲିକେସନ ସୃଷ୍ଟି କରିବା ସହ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ସଦସ୍ୟ ହେବାକୁ ନିବେଦନ କରିଛନ୍ତି। ସୂର୍ଯ୍ୟ ନାରାୟଣ ପରିଡାଙ୍କ ଡଷବଗ୍ଧଗ୍ଦଇକ୍ଟ୍ରକ୍ଟ୍ର ନମ୍ବର ୯୧୨୪୩୮୭୬୫୩ ହୋଇଥିବା ବେଳେ ଯେ କୌଣସି ବ୍ୟକ୍ତି ନିଜର ବ୍ଲଡ ଗୃପ ଓ ଠିକଣା ଲେଖି ସଦସ୍ୟ ହୋଇପାରିବେ। ଏହି ଉଦ୍ୟମକୁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି।


