ବିଧାୟକ ପ୍ରତିନିଧିଙ୍କ ସହଯୋଗରେ ମରଶରୀର ଘରକୁ ଫେରିଲା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚଣ୍ଡିପୁରସ୍ଥିତ ମଦରସା ତାଲିମୁଲ ଇସଲାମ ସରକାରୀ ଉର୍ଦ୍ଦୁ ଶିକ୍ଷକ ତଥା ଧର୍ମ ଗୁରୁ ମହମ୍ମଦ ଇକ୍ରାମୁଦ୍ଦିନ୍‌ଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ କୋଭିଡ୍ ହସପିଟାଲରେ ମୃତ୍ୟୁ ହୋଇଥିଲା । ସରକାରୀ ନିୟମ ଅନୁଯାୟୀ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ଅତିରିକ୍ତ ଜିଲାପାଳଙ୍କ ପକ୍ଷରୁ ଭୁବନେଶ୍ୱର ମୁନିସପାଲ କରର୍ପୋରେସନ କମିଶନରଙ୍କ ପାଖକୁ ଚିଠି କରାଯାଇଥିଲା । ଫଳରେ ପରିବାର ଲୋକେ କୋଭିଡ୍ ହସପିଟାଲରୁ ପଧାନପଡା ପଞ୍ଚାୟତ ଚଣ୍ଡିପୁର(କାଜିମହଲା)ସ୍ଥିତ ବାସଭବନକୁ ମରଶରୀରକୁ ଆଣି ଥିଲେ । ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ଉଦ୍ୟମ ତଥା ବ୍ଲକ ଯୁବ ବିଜେଡି ସଦସ୍ୟଙ୍କ ସହଯୋଗରେ ଏସମସ୍ତ କାର୍ଯ୍ୟ ସଂପାଦନ ହୋଇଥିବାରୁ ଗ୍ରାମବାସୀ ଓ ମୁସଲିମ୍ ଜମାତଙ୍କ ତରଫରୁ ବିଧାୟକ ପ୍ରତିନିଧିଙ୍କୁ କୃତଞ୍ଜତା ଅର୍ପଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ