ବିନା ଶିକ୍ଷାଗତ ଯୋଗ୍ୟତାରେ ମିଳୁଛି କୋଟି କୋଟି ଟଙ୍କା ଦରମାର ଚାକିରି
ବିନା ଶିକ୍ଷାଗତ ଯୋଗ୍ୟତାରେ ସପ୍ତାହକୁ ମାତ୍ର ୪ ଦିନ କାମ କଲେ ବର୍ଷକୁ ମିଳିବ ଦେଢ଼ କୋଟି ଟଙ୍କା ଦରମା । ନ୍ୟୁଜିଲାଣ୍ଡରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ଏକ କମ୍ପାନୀ ଏମିତି ଚାକିରି ଦେଉଛି । ଏଥିରେ କାମ ହେଉଛି ଏୟାର ଟ୍ରାଫିକକୁ କଣ୍ଟ୍ରୋଲ କରିବା । ଅର୍ଥାତ୍ କେଉଁ ବିମାନ କେତେବେଳେ ଉଡ଼ିବ, କେଉଁ ବିମାନ କେତେବେଳେ ଅବତରଣ କରିବ ଓ କେଉଁ ରନ୍ୱେରେ ଓହ୍ଲାଇବ ଏସବୁ ଉପରେ ନଜର ରଖିବାକୁ ପଡ଼ିଥାଏ । ସବୁଠାରୁ ବଡ଼ କଥା ହେଲା କମ୍ପାନୀ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଅବା ଅଭିଜ୍ଞତା ରଖିନାହିଁ । କମ୍ପାନୀର କହିବା କଥା ହେଲା, ଲୋକେ ଭାବନ୍ତି ଏହା ସବୁଠାରୁ କଷ୍ଟକର କାମ । ଏଥିରେ ରିକ୍ସ ମଧ୍ୟ ରହିଛି । ତେଣୁ ଲୋକେ ଡରିଯାଇ ଏଠାରେ ଚାକିରି କରନ୍ତି ନାହିଁ । ତେଣୁ ଏୟାର ଟ୍ରାଫିକ ପାଇଁ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ କମ୍ପାନୀ ଯୋଗ୍ୟତା ଓ ଅଭିଜ୍ଞତାକୁ ବାଦ ଦେଇ ନିଯୁକ୍ତି ଦେବାକୁ ସ୍ଥିର କରିଛି ।