ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫରମର
ନାଉଗାଁ : ବଜାର ବସଷ୍ଟାଣ୍ଡ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଥିରେ ଅନାବନା ଲଟା ମାଡି ଯାଇଛି । ରାତ୍ରିରେ ବିଦ୍ୟୁତ ଟ୍ରାନ୍ସଫମରରୁ ଫ୍ୟୁଜ କଟି ଗଲା ପରେ କର୍ମଚାରୀମାନେ ଫ୍ୟୁଜ ବାନ୍ଧିବାକୁ ସାହାସ ଜୁଟାଉ ନାହାନ୍ତି । ଫଳରେ ବଜାର ସମେତ ନିକଟ ଗାଁ ଗୁଡିକ ଅନ୍ଧାରରେ ରହୁଛି । ଏପରିକି ଏଥିରେ ଲଟା ମାଡି ରହିଥିବାରୁ ଚଢେଇମାନେ ଆସି ତାରରେ ବସି ରହୁଛନ୍ତି । ସେମାନେ ବସିବା ସମୟରେ ଦୁଇଟି ତାରର ସ୍ପଂର୍ଶରେ ଆସି ମୃତ୍ୟୁବରଣ କରୁଥିବା ଦେଖାଯାଇଛି । ଏହାଫଳରେ ୧୧ କେଭି ତାରରେ ବନ୍ଧା ହୋଇଥିବା ଜମ୍ଫର ଗୁଡିକ ମଧ୍ୟ ବିଛିନ୍ନ ହେଉଥିବା ଜଣାଯାଇଛି । ଏହି ୧୧ କେଭି ତାର ଚାନ୍ଦପୁର ଫିଡର ହୋଇଥିବାରୁ ଚାନ୍ଦପୁରା ଦେଇ ବାଂଶ,ନରଣପୁର,କୁରୁକି,ତେଂଟୋଇ,ତିରୁଣା,ଉର ସହିତ ଗଂଗଦାହାଟକୁ ଆସିଛି । ଜମ୍ଫର ଗୁଡିକ ବିଛନ୍ନ ହେବା ଦ୍ୱାରା ଏସବୁ ଗାଁ ଅନ୍ଧାରରେ ରହୁଛନ୍ତି । ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟୁତ ଟ୍ରାନ୍ସଫରମରେ ଲଟାଇ ଥିବା ଲଟାକୁ କାଟିବାକୁ ଦାବି ହୋଇଛି ।