ବିପିନ ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଅନ୍ତର୍ଗତ ବିପିନ ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ବୈଠକ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିପ୍ରା ଦାସ ଗତ ବୈଠକର ବିବରଣୀ ପାଠ କରିଥିଲେ । ପରେ ଅଭିଯାନର ସଂଯୋଜକ ତଥା ସିଆରସିସି ରୁଦ୍ରମାଧବ ସ୍ୱାଇଁ ଅଭିଯାନର ଉଦ୍ଦେଶ୍ୟ ଓ ଏଥିରେ ସରକାରଙ୍କ ସମ୍ପୃକ୍ତି ସଂପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଅଧ୍ୟାପକ ରମାକାନ୍ତ ଦାସ, ଅଧ୍ୟାପକ ସରୋଜ ନାୟକ, ଡଃ.ବିନୋଦ ବେହେରା,ପ୍ରଭୁଚରଣ ଦାସ, ପ୍ରମୋଦ ଦାସ,ସୁରେଶ ବେହେରା, ପ୍ରବୋଧ ବେହେରା, ମିଟୁ ବେହେରା, ଅସିତ ଦାସ ପ୍ରମୁଖ ସାମିଲ ହୋଇଥିଲେ । ସରକାରଙ୍କର ଏହି ଅଭିଯାନ ଏଜ ଅଭିନବ ଯୋଜନା । ଏଥିରେ ଅଧିକ ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ କିପରି ସଂପୃକ୍ତ ହେବେ ସେଥିପାଇଁ ଆମ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ବୋଲି ସଭାପତି ଶ୍ରୀ ଦାସ ମତବ୍ୟକ୍ତ କରିବା ସହିତ ଆମ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ପାଳନ ସଂର୍ପକରେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ