ବିଦ୍ୟୁତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ଚାକିରୀ ନିରାପତା ଦାବିରେ ଅନୁଷ୍ଠିତ ସାଧାରଣ ସଭାରେ ସାଂସଦ ସୁବାଷ ସିଂ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ସମସ୍ତ ବିଦ୍ୟୁତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ଚାକିରୀରେ ନିରାପତା ଦାବିକରି କେନ୍ଦ୍ରାପଡାର ଛତାବଟରେ ୟୁନାଇଟେଡ ଇଲେକଟ୍ରିକ ଏମ୍ପେ୍ଲାଇଜ ୟୁନିଅନ ଓ କେନ୍ଦ୍ରାପଡା ଇଲେକଟ୍ରିସିଟି ଠିକା ଶ୍ରମିକ ସଙ୍ଘର ମିଳିତ ଆନୁକୁଲ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଙ୍ଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂ ଏବଂ କାର୍ଯ୍ୟକାରୀ ସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକ ରାଜୀବ ମହାନ୍ତି ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ମୃତ ବିଦ୍ୟୁତ କର୍ମଚାରୀଙ୍କ ପରିବାରରୁ ଜଣକୁ ଚାକିରୀ ପ୍ରଦାନ, ଠିକା ପ୍ରଥା ଉଛେଦ, ଠିକା କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ରେଗୁଲାର କର୍ମଚାରୀଙ୍କୁ ପଦୋନ୍ନତି ଏବଂ ସମସ୍ତ ଭତ୍ତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସଭାକାର୍ଯ୍ୟକୁ କୁମାର ଜୀତେନ୍ଦ୍ର ବିଶ୍ୱାଳ, ଶିଶିର ନାୟକ, କୃଷ୍ଣଚନ୍ଦ୍ର ମଲ୍ଲିକ, ଉମାକାନ୍ତ ସେଠୀ, ଗିରିଶ ବେହେରା, ଅସିତ ସ୍ୱାଇଁ, ସାଗର କୁମାର ଲାଲ, ସଞ୍ଜୟ ରାଉତ, ଜ୍ଞାନରଞ୍ଜନ ସାମଲ, ମାନସରଞ୍ଜନ ଦାସ, ପ୍ରଶାନ୍ତ ମଲ୍ଲିକ, ସୁକାନ୍ତ ମଲ୍ଲିକ, ପ୍ରମୋଦ ସାହୁ, ଧନୁର୍ଜୟ ମଲ୍ଲିକ, ପ୍ରଦୀପ ପଣ୍ଡା, ସାଇପ୍ରକାଶ ସାହୁ, ସାର୍ଥକ ମହାନ୍ତି, ଜ୍ଞାନରଞ୍ଜନ ରାଉତ, ଜୀବନବଲ୍ଲଭ ଆଚାର୍ଯୟ, ତାପସ ପରିଡା, ସବିନାରାୟଣ ସୁତାର, ମାନସ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ