ବିପୁଳିଙ୍ଗିରେ ଖୋଲିଲା ବ୍ଲକସ୍ତରୀୟ ଧାନ ମଣ୍ଡି
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ସେବା ସମବାୟ ସମିତି ପରିସରରେ ବ୍ଲକସ୍ତରୀୟ ଧାନ ମଣ୍ଡି ଖୋଲାଯାଇଛି । ଏହି ମଣ୍ଡିକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ବ୍ଲକର ସମସ୍ତ ବର୍ଗର ଚାଷୀ ମାନଙ୍କ ଧାନ କିପରୀ ସରକାରୀ ନୀୟମ ଅନୁସାରେ କିଣାଯାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ନିମନ୍ତେ ବିଧାୟକ ଶ୍ରୀ ବେହେରା କହିଥିଲେ । ଉଦଘାଟନ ଦିବସରେ ପି.ଡମ୍ବୁରୁ ରେଡ୍ଡୀ ନାମଙ୍କ ଚାଷୀଙ୍କ ଠାରୁ ୧୦କୁଇଣ୍ଟାଲ ଧାନ କିଣା ଯାଇଛି । ଚଳିତ ବର୍ଷ ୧ଲକ୍ଷ ୧୬ହଜାର କୁଇଣ୍ଟାଲ ବ୍ଲକର ଚାଷୀମାନଙ୍କ ଠାରୁ ଧାନ କିଣିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ବ୍ଲକର ୧୭ଟି ସେବା ସମବାୟ ସମିତି ଏବଂ ଗୋଟିଏ ମହିଳା ସ୍ୱଂୟ ସହାୟିକ ଗୋଷ୍ଠୀ ଙ୍କ ଦ୍ୱରା ଧାନ କିଣାଯିବ । ଏଥିନିମନ୍ତେ ୧୪ଜଣ ମିଲର ଚୁକ୍ତିନାମା କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ନିଖିଳ କୁମାର ବସ୍ତିଆ, ସମବାୟ ବିଭାଗର ଆଞ୍ଚଳିକ ଅଧିକାରୀ ରେବତୀ ମୋହନ ରାଉତ, ବିପୁଳିଙ୍ଗି ସେବା ସମବାୟ ସମିତିର ସଂପାଦକ ମହେଶ୍ୱର ଚୈାଧୂରୀ, ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ, ୧୯ନଂ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍ଗା, ବଡମାଧପୁର ସରପଞ୍ଚ ଶରତ ଖୁଂଟିଆ, ଚିକଲଖଣ୍ଡି ସରପଞ୍ଚ ଡି.ଲକ୍ଷ୍ମୀ ରେଡ୍ଡୀ, ଲକ୍ଷ୍ମୀପୁର ସରପଞ୍ଚ ଏମ୍.ନାରସୁମୁଲୁ ରେଡ୍ଡୀ, ଭିକାରୀପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା, ସମିତି ସଭ୍ୟ ଜ୍ୟେତିରଂଜନ ସାହୁ, ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଯୁଧିଷ୍ଠିର ମହାଙ୍କୁଡଙ୍କ ସମେତ ବ୍ଲକର ସମସ୍ତ ଜନପ୍ରତିନିଧି ଏବଂ ଚାଷୀ ଓ ବିପୁଳିଙ୍ଗି ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।


