ଜାତୀୟ ଟାଏକୋଣ୍ଡ ଚମ୍ପିୟାନସିପ ରେ ଭାଗନେବେ ୯ ଖେଳାଳି
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): କଲିକତାର ଓପେନଗିରୀସ ପାର୍କ ନିକଟରେ ଡିସେମ୍ବର ୨୧ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓପେନ ଜାତୀୟ ଟାଏକୋଣ୍ଡ ଚମ୍ପିୟାନସିପରେ ଗଂଜାମ ଜିଲ୍ଲାର ୯ଜଣ ଖେଳାଳୀ ଭାଗନେବେ । ସେମାନେ ହେଲେ ପ୍ରିୟୁସ ପ୍ରସାଦ ଷଡଙ୍ଗୀ , ପ୍ରେମ ପ୍ରସାଦ ପଲାଇ, ଅମ୍ରିତ ପ୍ରସାଦ ଗୈାଡ, ପି.ଅଭିମନ୍ୟୂ ରଡ୍ଡେୀ, ବିକାଶ ଗୈାଡ, ପପୁନା ନାୟକ , ଇନ୍ଦୁ ସ୍ୱଂୟମ ପ୍ରଭା , ରୁନସି ବେହେରା । ଆସନ୍ତା ୨୦ତାରିଖ ଦିନ ଏହି ୯ଜଣ ଖେଳାଳୀ କୋଚ ଇ.ଲଳିତ କୁମାର , ରେଫରୀ ଭାବେ ବାସୁ ନାୟକ ଙ୍କସହ ଛତ୍ରପୁର ଠାରୁ କଲିକତା ଅଭିମୁଖେ ଟ୍ରେନ ଯୋଗେ ଯାତ୍ରା କରିବେ । ବୁଧବାର ଏହି ସମସ୍ତ ଖେଳାଳୀ ମାନଙ୍କ ଗଂଜାମ ଜିଲ୍ଲା ଟାଏକୋଣ୍ଡ ଏସୋସିଏସନ ପକ୍ଷରୁ ଜିଲ୍ଲାସଭାପତି ଶ୍ରୀକ।ନ୍ତ ମହାନ୍ତି, ସଂପାଦକ ତଥା ଆନ୍ତର୍ଜାତୀୟ ରେଫରୀ କେ.ମନୋଜ ପ୍ରଧାନ, ଡଃ. ଅନୀତା ମିଶ୍ର, ଶିବ ପ୍ରସାଦ ନାୟକ, ଜନୋଜ କୁମାର ମହାରଣା, ଅମ୍ବିକା ପ୍ରସାଦ ଦାଶଙ୍କସହ ଅଭିଭାବକ ମାନେ ଶୂଭେଚ୍ଛା ଜଣାଇଛନ୍ତି ।


