ବିପ୍ଳବୀ ସୁରେନ୍ଦ୍ର ଦ୍ୱିବେଦୀଙ୍କ ୧୦୮ତମ ଜୟନ୍ତୀ ଉପଲକ୍ଷେ ସାମୁହିକ ମାଲ୍ୟାର୍ପଣ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ବିପ୍ଳବୀ ସୁରେନ୍ଦ୍ର ଦ୍ୱିବେଦୀଙ୍କ ୧୦୮ତମ ଜୟନ୍ତୀ ଅବସରରେ ସୁରେନ୍ଦ୍ର ଦ୍ୱିବେଦୀ ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମଙ୍ଗଳବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ସ୍ମୃତି କମିଟି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଅର୍ବାନବ୍ୟାଙ୍କ ପରିଚାଳନା କମିଟି ନିର୍ଦେଶକ ସର୍ବେଶ୍ୱର ସେଠୀ, ଜେନେରାଲ ମ୍ୟାନେଜର ମନୋରଞ୍ଜନ ମହାନ୍ତି, ରିକଭରି ମ୍ୟାନେଜର ଅଶୋକ କୁମାର ମହାନ୍ତି, ଭଞ୍ଜକିଶୋର ଜେନା, ବ୍ରଜକିଶୋର ମହାନ୍ତି, ଉତ୍ତମ କୁମାର ନାୟକ, ଗୋପାଳ ଚନ୍ଦ୍ର ମାହାଲିକ ପ୍ରମୁଖ ସୂର୍ଗତ ଦ୍ୱିବେଦୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ