ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ପ୍ରତାରଣା ଥାନାରେ ଅଭିଯୋଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ଥାନା ଅନ୍ତର୍ଗତ ତିରୁଣା ପଂଚାୟତ ଦହିପାଳ ଗ୍ରାମର ଏକ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରାଯାଇଥିବାକୁ ନେଇ ନାବାଳିକାର ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗଜରାଜପୁର ପଂଚାୟତ ମଠସାହିସ୍ଥିତ ସୁକାନ୍ତ ଦାସଙ୍କ ପୁଅ ରାକେଶ ତାଙ୍କ ଝିଅ ସହିତ ଦୀର୍ଘଦିନ ଧରି ପ୍ରେମ ସଂପର୍କ ରଖିଥିଲା । ଏପରିକି ଉଭୟ ବିଭିନ୍ନ ସମୟରେ ବାହାରକୁ ବୁଲାବୁଲି କରିବାକୁ ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ସଂପର୍କ ମଧ୍ୟ ରହିଥିଲା । ଗୁରୁବାର ସକାଳ ସମୟରେ ମୋ ଝିଅକୁ ବିବାହର ପ୍ରତିଶୃତି ଦେଇ ତାକୁ ନେଇ ପଳାଇଥିଲା । ପରେ ସଂଧ୍ୟା ସମୟରେ ଆଣି ଘରେ ଛାଡି ଦେଇ ଯିବା ସହିତ ଝିଅକୁ ବିବାହ ନକରିବାକୁ ମନା କରିଦେଇଛି । ମୋର ଝିଅର ବୟସ ୧୬ବର୍ଷ । ବିବାହର ପ୍ରଲୋଭନ ଦେଖାଇ ମୋ ଝିଅକୁ ପ୍ରତାରଣା କରିଥିବା ଯୁବକ ବିରୁଦ୍ଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ମାମଲା ୧୭୧/୨୦୧୯ରେ ରୁଜୁ କରାଯାଇ ରାକେଶକୁ ଥାନାରେ ଅଟକ ରଖାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ