ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ସ୍ଵାମୀ ଓ ଦିଅର ଗିରଫ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ଥାନା ଚାରିଛକ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମର ସୁକାନ୍ତ କୁମାର ସାହୁଙ୍କ ପତ୍ନୀ ମମତା ସାହୁ ( ମନି) (୨୯) ଙ୍କ ର ନିଜଘରେ ଗୁରୁବାର ବିଳମ୍ବିତ ରାତି ରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହେବାପରେ ଚାରିଛକ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳା ଙ୍କ ଶବ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି। ମୃତ ମହିଳା ଙ୍କ ବାପା ଙ୍କ ଅଭିଯୋଗ କ୍ରମେ ନିମାପଡା ଥାନା ରେ ଦଫା ୪୯୮(କ),୨୯୪,୩୦୨,୩୪ ଆଇ ପି ସି ରେ ଏକ ମାମଲା ରୁଜୁ ହୋଇଛି । ନିମାପଡା ଥାନା କେସ ନମ୍ୱର ୩୪୪/୨୧ । ପୋଲିସ ମହିଳା ଙ୍କ ସ୍ଵାମୀ ଓ ଦିଅର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସମଗ୍ର ତୁଳସୀପୁର ପଞ୍ଚାୟତ ଅଂଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ