ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି
ବାହାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି । ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ । ତେବେ ଏପରି ଏକ ପରମ୍ପରା ସମ୍ପର୍କରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ପଶ୍ଚିମ ଆଫ୍ରିକାରେ ଏକ ଏପରି ଜନଜାତି ଅଛି, ଯେଉଁଠାରେ ବିବାହ କରିବାକୁ ହେଲେ ଅନ୍ୟର ସ୍ତ୍ରୀକୁ ଚୋରି କରିବା ଲାଗି ପଡ଼ିଥାଏ । ଏହା ବାଦ୍ଭି ଜନଜାତିର ଲୋକ ହିଁ କରିଥାନ୍ତି, ଯାହା ସେମାନଙ୍କ ପରିଚୟ ସୃଷ୍ଟି କରିପାରିଛି । ଏମାନଙ୍କ ପ୍ରଥମ ବିବାହ ଘର ଲୋକଙ୍କ ଇଚ୍ଛାରେ କରାଯାଇଥାଏ । କିନ୍ତୁ ଦ୍ୱିତୀୟ ବିବାହର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଯଦି ଜଣେ ପୁରୁଷ ଦ୍ୱିତୀୟ ବିବାହ ପାଇଁ ଚାହେଁ ତେବେ ତାଙ୍କୁ ଅନ୍ୟ ଜଣଙ୍କ ସ୍ତ୍ରୀକୁ ଚୋରି କରିବାକୁ ପଡ଼ିଥାଏ । ଏପରି କରି ନ ପାରିଲେ ଦ୍ୱିତୀୟ ବିଭାଘର ସେମାନଙ୍କ ପାଇଁ ସ୍ୱପ୍ନ ହୋଇଯାଏ । କୁହାଯାଏ ଜନଜାତିମାନଙ୍କର ପ୍ରତିବର୍ଷ ଗାରିଓଭାଲ ପର୍ବ ଆୟୋଜନ କରାଯାଇଥାଏ । ସେଠାକୁ ମହିଳାମାନେ ସଜେଇ ହୋଇ ଆସି ନୃତ୍ୟ କରିଥାନ୍ତି । ଏହି ସମୟରେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବା ଯୁବକମାନେ ସେମାନଙ୍କୁ ହରଣ କରିଥାନ୍ତି । ମାତ୍ର ଏହି ସମୟରେ ସେମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । କାରଣ ସ୍ତ୍ରୀଙ୍କ ସ୍ୱାମୀ ଯେପରି ଜାଣି ନ ପାରନ୍ତି । ଅନ୍ୟପକ୍ଷେ ଉଭୟେ ଯଦି ଲୁଚି ଚାଲିଯାଆନ୍ତି । ତେବେ ଜନଜାତି ଲୋକେ ସେମାନଙ୍କୁ ଖୋଜି ବିବାହ କରାଇଥାନ୍ତି । ଏହାକୁ ପ୍ରେମ ବିବାହ ଭାବେ ଗ୍ରହଣ କରାଯାଇଥାଏ ।