ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ର ସପ୍ତମ ପ୍ରତିଷ୍ଠା ଦିବସ ଓ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ପକ୍ଷରୁ ଶୁକ୍ରବାର ଫାଉଣ୍ଡେସନ ର ସପ୍ତମ ପ୍ରତିଷ୍ଠା ଦିବସ ଓ ଆନ୍ତର୍ଜାତିକ ନୃତ୍ୟ ଦିବସ ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପାଳିତ ହୋଇଯାଇଛି । ଫାଉଣ୍ଡେସନ୍ ର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ପାରା ଆଥଲେଟ ଡଃ ଭି. ଋମେଶ ରାଓ ଯୋଗ ଦେଇ କୁନିକୁନି କଳାକାରଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶୀ ନୃତ୍ୟ ଗୁରୁ ଶେଖର ସୁମନ ମାଝୀ ଏବଂ ଅବସରପ୍ରାପ୍ତ ଡେପୁଟି ଇଂଜିନିୟର ସିମାଂଚଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ଶାସ୍ତ୍ରୀୟ, ଲୋକନୃତ୍ୟ, ଆଧୁନିକ ଗୀତ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଚଢେୟା ନୃତ୍ୟ, କାଠ ପାଦ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଆନ୍ତର୍ଜାତୀୟ ପାରା ଆଥଲେଟ ଡଃ .ରାଓଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କାଠ ପାଦ ନୃତ୍ୟ ଗୁରୁ ସମୀର କୁମାର ବେହେରା, ଆଧୁନିକ ନୃତ୍ୟ ଗୁରୁ ଏମ୍. ରବୀନ୍ଦ୍ର ରେଡ୍ଡୀ ଓ ପୂର୍ଣ୍ଣଞ୍ଜୟ ଜେନା ପରିଚାଳନାରେ ସହ ଯୋଗ କରିଥିଲେ ।