ବିବେକାନନ୍ଦ କେନ୍ଦ୍ରରେ ଯୋଗ ଶିବିର ଉଦ୍ଯାପିତ

ବାଲେଶ୍ୱର : ଜେଲ ରୋଡରେ ଅବସ୍ଥିତ ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ ବାଲେଶ୍ୱର ଶାଖାରେ ଦଶ ଦିବସୀୟ ଯୋଗ ଶିବିର ଉଦ୍ଯାପନ ହୋଇଯାଇଛି । କେନ୍ଦ୍ରାଧ୍ୟକ୍ଷ ଯୋଗାଚାର୍ଯ୍ୟ ପ୍ରେମାନନ୍ଦ ପିରି ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ନଗର ପ୍ରମୁଖ ଅଧ୍ୟାପକ ଡକ୍ଟର ନିିରଞ୍ଜନ ଦାଶ ସଭା ସଂଯୋଜନା କରିଥିଲେ । ବେଦ ଧ୍ୱନିର ମନୋଜ୍ଞ ମୁଖ୍ୟ ଅତିଥି ଭାବରେ ଯୋଦଗାନ କରି ଉଦ୍ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟାନୁକୁଳତା ପାଇଁ ଯୋଗର ଯଥାର୍ଥ ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ପଣ୍ଡା ରେଖାପାତ କରିଥିଲେ । ଯୋଗାଚାର୍ଯ୍ୟ ପିରି ପ୍ରୟୋଗାତ୍ମକ ଏବଂ ତଥ୍ୟ ଭିତ୍ତିକ ନୈତିକତା ଯୋଗାଭ୍ୟାସ ବଳରେ କିଭଳି ଭାବରେ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରାଯାଇ ପାରିବ ଉପସ୍ଥାପନ କରିଥିଲେ । ଯୋଗ ଶିବିରରେ ୬୨ ଜଣ ଅଂଶଗ୍ରହଣ କରିଥିଲା ବେଳେ ୩୦ ଜଣ ମହିଳା ଓ ୩୦ ଜଣ ପୁରୁଷ ଥିଲେ । ଶିବିର ମୁଖ୍ୟତଃ ଡାଇଜେଷ୍ଟିଭ୍ ସିଷ୍ଟମ ଉପରେ ଆଧାରିତ ଥିଲା । ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷଙ୍କ ପାଖରେ ଏସିଡିଟି ରୋଗ ଦେଖିବାକୁ ମିଳିଥାଏ । ସେଥିରୁ ନିବୃତ୍ତ ରହିବା ପାଇଁ ଏହାର ପ୍ରତିକାର କିପରି ଯୋଗ ମଧ୍ୟରେ କରାଯାଇପାରିବ ତାହା ସୁନ୍ଦର ଭାବରେ ଯୋଗ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । ସମ୍ପର୍କ ପ୍ରମୁଖ ରାଧାକୃଷ୍ଣ ଆଚାର୍ଯ୍ୟ, ଦେବାଶିଷ ଦାସ, ପ୍ୟାରେଲାଲ୍ ଶର୍ମା, ଅଶୋକ ଦାସ, ଅଶୋକ ସାହୁ, ଅରୁଣ ବେହେରା, ନିର୍ମଳ ନାୟକ, ନିରଞ୍ଜନ ପଣ୍ଡା, ପ୍ରଦିପ ମହାପାତ୍ର, ସମରେନ୍ଦ୍ର ସାହୁ, ଅଜିତ୍ ବେହେରା, ଗୟାଧର କର, ଶମ୍ଭୁନାଥ ଯାଦବ, ବିଜୟଲକ୍ଷ୍ମୀ ନାଥ, ସୁଶ୍ରୀ ସଙ୍ଗୀତା ଦାଶ, ମିନତୀ ଦେ, ଆନନ୍ଦ ଭୂୟାଁ ପ୍ରମୁଖ ଉକ୍ତ ଦଶ ଦିବସୀୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ