ବିଭିନ୍ନ ପଞ୍ଚାୟତ ବାସୀଙ୍କ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଚଳିତ ନିର୍ବାଚନରେ ରାଜ୍ୟର ପ୍ରମୁଖ ବିଜେଡ଼ି ନେତାମାନେ ପରାଜୟର ସ୍ଵାଦ ଚାଖିଥିବା ବେଳେ ଆନନ୍ଦପୁରରେ ପ୍ରଥମ ଥର ପାଇଁ ନିର୍ବାଚନରେ ଭାଗନେଇ ବିଜୟ ହାସଲ କରିଥିବା ନବାଗତ ଅଭିମନ୍ୟୁ ସେଠୀଙ୍କୁ ବିଭିନ୍ନ ଆଡୁ ଅଭିନନ୍ଦନର ସୁଅ ଛୁଟୁଛି। ଆଜି ସକାଳେ ଜମ୍ଭୀରା ପଞ୍ଚାୟତ ବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ଅଭିନନ୍ଦନ ଓ ସ୍ୱାଗତ କରାଯାଇଥିଲା। ପଞ୍ଚାୟତ ବିଜେଡି ସଭାପତି ଚଣ୍ଡୀ ପ୍ରସାଦ ରାଉତ, ଦଣ୍ଡଧର ସାହୁ, ସୁଧାଂଶୁ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ପ୍ରଭାତ ରାଉତ, ସଞ୍ଜୟ ରାଉତ, ବିଜୟ ରାଉତ, ପ୍ରଦ୍ୟୁମ୍ନ ରାଉତ, ପ୍ରମୋଦ ଜେନା, ଲଷ୍ମୀଧର ମହାଳିକ, ମଧୁସୂଦନ ମଲ୍ଲିକ, ପ୍ରଶାନ୍ତ ରାଉତ, ପ୍ରିୟବ୍ରତ ରାଉତ, ରତ୍ନାକର ସାହା, ତରଣିସେନ ମଲ୍ଲିକ, ଦିଲୀପ ଘଡେଇ, ଜଗନ୍ନାଥ ରାଉତ, ଶୁକଦେଵ ସାହୁ, ସତ୍ୟଭାମା ଖୁଣ୍ଟିଆ, କମଳ ମହାଳିକ, ଛବିନ୍ଦ୍ର ସାହୁ, ମଣି ଚରଣ ଜେନା ପ୍ରମୁଖ ଉପସ୍ଥିତ ହୋଇ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହିତ ପଞ୍ଚାୟତ ର ବିକାଶ ପାଇଁ ସହଯୋଗ ଲୋଡିଥିଲେ। ସେହିପରି ବଡ଼ରମ୍ପାସ ପଞ୍ଚାୟତ ପକ୍ଷରୁ ସରପଞ୍ଚ ରବିନ୍ଦ୍ର ଜେନାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ବିଜେଡି କର୍ମକର୍ତ୍ତା ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ସେହିପରି ବାଲିବରେଇ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବରିଷ୍ଠ ବିଜେଡି ନେତା ଶତ୍ରୁଘ୍ନ ପାତ୍ର, ବାବୁଲି ଲେଙ୍କା, ନରେନ୍ଦ୍ର ରାଉତ, ନରୋତ୍ତମ ସତପତି, ଦୁର୍ଗାପ୍ରସାଦ ଆଇଚ, ଚିନ୍ତାମଣି ମହାନ୍ତି, ପ୍ରଦୀପ ମଲ୍ଲିକ, ଅନନ୍ତ ରାଉତ ପ୍ରମୁଖ ନବ ନିର୍ବାଚିତ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହିତ ସମଗ୍ର ଅଞ୍ଚଳର ବିକାଶ ପାଇଁ ଆଲୋଚନା କରିଥିଲେ।


