ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ, ସ୍ୱଚ୍ଛଭାରତ ଓ ସଚେତନତା ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଛୟାଳସିଂ ପଞ୍ଚାୟତ ମଂଗୁଲି ସରକାରୀ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ସରପଞ୍ଚ ଚିନ୍ତାମଣି ଘଡେଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାମ ଚନ୍ଦ୍ର ଜେନା, ଶିକ୍ଷକ ରବିନ୍ଦ୍ର ଘଡେଇ, ରଂଜନ କୁମାର ନାୟକ, ବିଦ୍ୟୁତ୍ପ୍ରଭା ମଲ୍ଲିକ, ଅନୁସୂୟା ଜେନା, ମହାମାୟା ଜେନା, ଏସ୍.ଏମ୍.ସି ସଭାପତି ରୀତାଞ୍ଜଳୀ ସେଠୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଗୁଣମଣି ଘଡେଇ, ରବିନ୍ଦ୍ର ରାଉତ, ମମତାମଞ୍ଜରୀ ପରିଡା, କନକଲତା ନାଥ, ବିଜୟ ପରିଡା ସହଯୋଗ କରିଥିଲେ । ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପିଲା ମାନେ ରାମଧୂନ୍ ଗାନ କରି ଗ୍ରାମ ପରିକ୍ରମା କରିଥିଲେ । ପ୍ରଧାନ ଗୁରୁଜୀ ରମେଶ ଚନ୍ଦ୍ର ପାଢୀଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପରିଚାଳକ ତଥା ଭରସା ସଂଗଠନର ସଂଗଠକ ସୌମ୍ୟ ରଂଜନ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ପିଲା ମାନଙ୍କୁ ପ୍ଲାଷ୍ଟିକ ବର୍ଜ୍ଜନ କରିବା ନେଇ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂପାଦକ ରବିନ୍ଦ୍ର କୁମାର ପୃଷ୍ଟି, ଶିକ୍ଷକ ରବିନ୍ଦ୍ର ଜେନା, ଶ୍ରୀକାନ୍ତ ସାହୁ, ଚିନ୍ମୟ ସୁଆରଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ବୈଦିକ ବିଚାରଧାରା ଉପରେ ପ୍ରତିଷ୍ଠିତ ବିଦ୍ୟାଳୟ ଆର୍ଯ୍ୟାବର୍ତ୍ତ ବିଦ୍ୟାନିକେତନ ଗଣିଜାଙ୍ଗ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ଉପେନ୍ଦ୍ରନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସ୍ଥାୟୀ ସଭାପତି ଜୟନ୍ତୀ ପରିଡା ଯୋଗ ଦେଇ ସହଯୋଗ ହିଁ ଗାନ୍ଧୀବାଦର ମୂଳମନ୍ତ୍ର ବୋଲି କହିଥିଲେ । ଓଡିଶା ରାଜ୍ୟ କୃଷକ ସଂଗଠନର ଉପସଭାପତି ଶଙ୍କର୍ଷଣ ଜେନା, ଶ୍ରୀମା ଅରବିନ୍ଦ ସଂଗଠନର ସଂଗଠକ ପ୍ରଦୀପ ଜେନା, ଶିକ୍ଷାବିତ୍ ଦୟାନିଧି ଜେନା ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ନିଳୋକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଶୋଭେନ୍ଦୁ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୁଧାକର ପଣ୍ଡା, ସନାତନ ନାୟକ, ଚିତ୍ରାବତୀ ବେହେରା, ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସଚେତନତା ଶୋଭାଯାତ୍ରା କରିବା ସହ ବିଦ୍ୟାଳୟ, ବଜାର ଅଞ୍ଚଳ ସଫେଇ କରିଥିଲେ । ପରେ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।