ବୃକ୍ଷରୋପଣ, ସଫେଇ କାର୍ଯ୍ୟକଲେ ମନ୍ଦିର ସେବକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍):: ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବନ୍ତ ବ୍ଲକ ଶ୍ରୀବନ୍ତପୁର-ଚାଇଁପୁରସ୍ଥିତ ମା ତାରିଣୀ ମନ୍ଦିର ସେବକ ମାନଙ୍କ ତରଫରୁ ମନ୍ଦିର ପରିସର ଓ ସ୍କୁଲ ରାସ୍ତା ସଫେଇ କରାଯିବା ସହ ଭଦ୍ରକ-ଆନନ୍ଦପୁର ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ପଥିକ ମାନଙ୍କୁ ମା ତାରିଣୀଙ୍କ ପ୍ରସାଦ ଓ ଆର୍ଶିବାଦ ଫୁଲ ଦେଇ ପଲିଥିନ୍ ବର୍ଜ୍ଜନ କରିବା ସହିତ ନିଜ ଅଞ୍ଚଳକୁ ପରିସ୍କାର ରଖିବା ପାଇଁ ଅନୁରୋଧ କରାଯାଇଥିଲା । ଏଥିସହିତ ମନ୍ଦିର ପରିସରରେ ବିଭିନ୍ନ ପ୍ରକାରରର ଫୁଲଗଛ, ଆମ୍ବଗଛ, ଦେବଦାରୁ ଓ ଅନ୍ୟାନ୍ୟ ଗଛ ମାନ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମେରେ ମନ୍ଦିର ସେବକ ସନ୍ତୋଷ କୁମାର ଘଡେଇ, ମହେଶ୍ୱର ଜେନା, କାଳନ୍ଦି ପରିଡା, କୁଶଧ୍ୱଜ୍ ଜେନା, ଦାମୋଦର ଜେନା, ଶତୃଘ୍ନ ଜେନା, ସତ୍ୟବ୍ରତ ଜେନା, ଶ୍ରୀବତ୍ସ ଜେନା, ଉଚ୍ଛବ ନାୟକ, ରଂଗାଧର ଘଡେଇ, ମାର୍କଣ୍ଡ ବେହେରା, ଗଣେଶ ନାୟକ, ଶ୍ରୀଧର ଜେନା, ସୁକାନ୍ତ ଜେନା, ସୁବାଷ ଜେନା, ବାବାଜି ଜେନା, ଜଗବନ୍ଧୁ ଜେନା, ବଂଶୀଧର ଜେନା, ବୁଲୁ ମହାପାତ୍ର, ପ୍ରମିଳା ବାରିକ, ଦେବକାନ୍ତ ଜେନା, ପ୍ରମୋଦ କୁମାର ନାୟକ, ପୂଜକ ବୁଦ୍ଧଦେବ ଦାଶ, ସତ୍ୟବ୍ରତ ଦାଶ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ