ବିରସା ମୁଣ୍ଡାଙ୍କ ଜୟନ୍ତୀରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨କୁ ଜାଳିଲେ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଆଜି ସ୍ଵାଧୀନତା ଆନ୍ଦୋଳନର ମହାନ୍ ଯୋଦ୍ଧା ତଥା ବିଶିଷ୍ଟ ଆଦିବାସୀ ନେତା ବିରସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ପାଳିତ ହୋଇଥିଲା । ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ କାଶୀନଗର ବ୍ଳକର ଅଲଡା ଗ୍ରାମ ପଞ୍ଚାୟତର ଗୋରିମାଡା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଆଦିବାସୀ ଯୋଗ ଦେଇଥିଲେ । ଏହି ଅବସରରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ବିରସା ମୁଣ୍ଡାଙ୍କ ସଂଗ୍ରାମକୁ ଉଲ୍ଲେଖ କରାଯିବା ସହ ଜମି, ଜଙ୍ଗଲ ଉପରେ ଅଧିକାର ପାଇଁ ବିରସାଙ୍କ ନେତୃତ୍ୱରେ ଝାଡଖଣ୍ଡର ଆଦିବାସୀଙ୍କ ଉକ୍ତ ଐତିହାସିକ ସଂଗ୍ରାମ ବା ଉଲଲୁଗାନକୁ ସ୍ମରଣ କରାଯାଇଥିଲା । ସମ୍ଵୁରା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କିଶାନ୍ ମଜଦୁର୍ ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, କାଡୁକା ଗମାଙ୍ଗ ପ୍ରମୁଖ ବକ୍ତାମାନେ ନିଜ ନିଜର ଭାଷଣରେ ଆଜି ବି ଦେଶର ଆଦିବାସୀଙ୍କୁ ବିତାଡିତ କରି ସେମାନଙ୍କ ଜମି ଓ ଜଙ୍ଗଲକୁ ହଡପ କରି ବଡ ବଡ କମ୍ପାନୀକୁ ଟେକି ଦେବାକୁ ଶାସକମାନେ ଷଡଯନ୍ତ୍ର କରୁଛନ୍ତି ବୋଲି କହିଥିଲେ । ନିକଟରେ କେନ୍ଦ୍ରର ବିଜେପି ସରକାର ଯେଉଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨ ଆଣିଛନ୍ତି, ତାହା କର୍ପୋରେଟ୍ କମ୍ପାନୀଙ୍କ ହାତରେ ହଜାର ହଜାର ଏକର ଜଙ୍ଗଲ ଜମି ଟେକି ଦେବାକୁ ଉଦ୍ଦିଷ୍ଟ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨କୁ ଦାସତ୍ଵରପ୍ରତୀକ ବୋଲି କହି ତାକୁ ପୋଡାଯାଇଥିଲା । ଆଗାମୀ ଦିନରେ ଏହି ନିୟମାବଳୀକୁ ପ୍ରତ୍ୟାହାର ନକଲେ ଆଦିବାସୀମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ