ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଉପ ସଭାପତି ଅନିଳ ଚନ୍ଦ୍ର ଜେନାଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶ୍ରଦ୍ଧାଞ୍ଜଳି ପ୍ୟାଲେସ ପରିସରରେ ସ୍ମୃତି କମିଟି ସଂପାଦକ ଆଇନଜିବୀ ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗ୍ରାମୀ ସ୍ୱର୍ଗତ ଜେନାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ସଭାରେ ଉପସ୍ଥିତ ଥିବା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ଗରାପୁର ଶିବାନନ୍ଦ ଆଶ୍ରମର ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ କର କମଳରେ “ଅଲିଭା ସ୍ୱାକ୍ଷର ସ୍ୱାଧୀନତା ସଂଗ୍ରାମୀ ଅନିଳ ଚନ୍ଦ୍ର ଜେନା”ଙ୍କ ଜୀବନୀ ଉପରେ ଲିଖିତ ସ୍ମରଣିକା ପୁସ୍ତକଟି ଉନ୍ମୋଚନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଜେଡି ନେତା କୃତିବାସ ପାତ୍ର, ରବି ସାମଲ, ସମାଜସେବୀ ଇଂ ଭଗବାନ ବିଶ୍ୱାଳ, ଡଃ. ବାସୁଦେବ ଦାସ, ଶିକ୍ଷାବିତ ବିପିିନ ବିହାରୀ ବାରିକ, ଜିଲ୍ଲା ଓକିଳ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ବିଚିତ୍ରାନନ୍ଦ ମହାନ୍ତି, ଭୀମସେନ ଭୂୟାଁ, ଉଷା ଦାସ, ସରୋଜରାଜ ସିଂ, ମହେଶ୍ୱର କର, ନିତ୍ୟାନନ୍ଦ ସ୍ୱାଇଁ, ଗଗନ ବିହାରୀ ଜେନା, ଗୋବର୍ଦ୍ଧନ ରାଉତ, ଗୋକୁଳି ରଞ୍ଜନ ଦାସ, ବିଭୁ ପ୍ରସାଦ ସିଂ, ମଙ୍ଗଳ ବରଣ ସିଂ, ହାଡିବନ୍ଧୁ ସିଂ, ପ୍ରଦୀପ କୁମାର ଦାଶ, ଅରୁଣପ୍ରସାଦ ଦାସ, ବ୍ରଜ ରାଉତ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ସବିତା ସାହୁ, ଧିରେନ୍ଦ୍ର ଦାସ, କିଶୋର ପ୍ରଧାନ, ନିରଞ୍ଜନ ମେକାପ, ଅଜୟ ସାମଲ, ସତ୍ୟବ୍ରତ ସିଂ, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ରଞ୍ଜନ କର, ସତ୍ୟପ୍ରିୟ ଦାସ, ଶୁଭାଂଶୁ କୁମାର ଦାସ, ଦୀପକ ପ୍ରଧାନ, ମାନସ ସାହୁ, ଶ୍ରୀଧର ମହାନ୍ତି, ଅଶୋକ ସାହୁ, ବିରେନ ସାହୁ, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ଗୈାର ହରି ପତି, ରଞ୍ଜିତ ସାହୁ, ଅକ୍ଷୟ ପ୍ରିୟ ଦାସ, ସେକ ୟୁସଫ, ସୈାକତ ଖାନ ଓ ସ୍ୱାଧୀନତା ସଂଗ୍ରାମୀ ଦାୟଦ ମାନେ ଉପସ୍ଥିତ ଥିଲେ । ଶେଷରେ ସ୍ୱର୍ଗତ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ସରକାରୀ ଓକିଲ ସଂଜୟ କୁମାର ଜେନା କୃତଜ୍ଞତା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ