ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜାଗିରି ସ୍ୱାଇଁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା-ଯାଜପୁର ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସଂଗ୍ରାମୀ ପୀଠ ଧୂମାତ ନୂଆସାହିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜାଗିରି ସ୍ୱାଇଁଙ୍କ ଜନ୍ମପୀଠରେ ତାଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପର୍ଶୁରାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଫେସର ଅଜୟ କୁମାର ସାମଲ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ଆଡଭୋକେଟ ପ୍ରତାପ ମହାପାତ୍ର, ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, କୃଷକନେତା ଶରତ ମିଶ୍ର, ଲୋଚନ ବେହୁରା, ଶିକ୍ଷାବିତ କେଶବ ଚନ୍ଦ୍ର ବିଶ୍ୱାଳ, ରଘୁନାଥ ରାଉତ, ଧ୍ରୁବ ଚରଣ ପାତ୍ର, ସିଦ୍ଧାର୍ଥ ଶଙ୍କର ଜେନା, ସତ୍ୟବ୍ରତ ପୁହାଣ, ଇନ୍ଦୁପୁର ସରପଞ୍ଚ ପ୍ରଦିପ୍ତରଞ୍ଜନ ସୁତାର, ହେମନ୍ତ କୁମାର ନାୟକ, ନରହରି ପାଣି, ଘାଘରା ସମିତି ସଭ୍ୟ କୁଞ୍ଜବିହାରୀ ସ୍ୱାଇଁ, ଆଡଭୋକେଟ ପ୍ରଦୀପ ଦାଶ, କଣ୍ଡୁରୀ ଚରଣ ପାତ୍ର, ରେଣୁବାଳା ସାହୁ, ବୀରକିଶୋର ରାଉତ, ନିମାଇଁ ଚରଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ଦେଶପାଇଁ ବଳିଦାନ ସମ୍ପର୍କରେ ଆଲୋଚନା କରି ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶୈଳଜାଶଙ୍କର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନେତା ପ୍ରଣଭ କୁମାର ଜେନା ଏହି ଉତ୍ସବକୁ ପରିଚାଳନା କରିଥିଲେ । ସଂସଦର ଆବାହକ ମୂରଲୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ପରିଚାଳନାରେ ବେଣୁଧର ନାୟକ, ନିକେତନ ଜେନା, ରାମନାରାୟଣ ସିଂହ, ପ୍ରକାଶ କୁମାର ଜେନା, ନିଳମଣୀ ସ୍ୱାଇଁ, ପ୍ରମୋଦ କୁମାର ସ୍ୱାଇଁ, ପ୍ରସାଦ କୁମାର ସ୍ୱାଇଁ, ରତ୍ନାକର ସ୍ୱାଇଁ, ରାଜକିଶୋର ବିଶ୍ୱାଳ, ମନୋଜ କୁମାର ନାୟକ ପ୍ରମୁଖ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ