ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ଵକର୍ମା ଭବନରେ ଶ୍ରୀ ବିଶ୍ଵକର୍ମା ପୂଜା

ବୁଗୁଡା (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସ୍ଥିତ ବିଶ୍ଵକର୍ମା ଭବନରେ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ସେପ୍ଟେମ୍ବର ୧୭ ତାରିଖ କନ୍ୟା ସଂକ୍ରାନ୍ତି ଦିନ ଶ୍ରୀ ବିଶ୍ଵକର୍ମା ପୂଜା ମହାସମାରୋହରେ କୋଭିଡ଼ି ନିୟମ ପାଳନ ସହ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଉତ୍ସବରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଲିପଦର ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ରାଜଶ୍ରୀ ପ୍ରଭାକର ମହାରଣା, ଉପସଭାପତି ଗୋପାଳ କୃଷ୍ଣ ମହାରଣା, କୋଷାଧ୍ୟକ୍ଷ ଗଣପତି ମହାରଣା, ଭଲ ଭାଇ ଦଣ୍ଡପାଣି ମହାରଣା, କାର୍ଯ୍ୟକାରୀ କମିଟି ସଭ୍ୟ ରାଜେନ୍ଦ୍ର ମହାରଣା, ସନ୍ୟାସୀ ମହାରଣା, ଦୁଃଖିଶ୍ୟାମ ମହାରଣା ପ୍ରମୁଖଙ୍କ ସମେତ ବହୁ ସମାଜ ଭାଇ ଯୋଗ ଦେଇଥିଲେ। ଏହି ଅବସରରେ ଦଶମ ବୋର୍ଡ ପରୀକ୍ଷାରେ ବ୍ଲକ ଟପର ହୋଇଥିବା ଛାତ୍ରୀ ମାଧୁରୀ ମହାରଣାଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ