ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ଵକର୍ମା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ, ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ବିଶ୍ୱ ନିର୍ମାତା ଶ୍ରୀ ବିଶ୍ଵକର୍ମା ଙ୍କ ପୂଜା ଉତ୍ସବ ପାଇଁ ବାଲିପଦର ଗ୍ରାମରେ ପ୍ରତିଷ୍ଠିତ ମୁଖ୍ୟ କାର୍ଯ୍ୟାଳୟ “ବିଶ୍ୱକର୍ମା ଭବନ” ପରିସରରେ ସେପ୍ଟେମ୍ବର ୧୦ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୀଳାଦ୍ରି ମହାରଣା କର୍ତ୍ତା ଭାବେ ନୀତି ନିୟମ ପ୍ରକାରେ ପୂଜାର୍ଚ୍ଚନା କରିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜ ଉପଦେଷ୍ଟା ରାଜେନ୍ଦ୍ର ମହାରଣା, ସମ୍ପାଦକ ସନ୍ୟାସୀ ମହାରଣା, ରାଜଶ୍ରୀ ପ୍ରଭାକର ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଚିକୁ ମହାରଣା, ଲୋକନାଥ ମହାରଣା, ଦେବରାଜ ମହାରଣା, ରଘୁନାଥ ମହାରଣା, ରବୀନ୍ଦ୍ର ମହାରଣା, କ୍ରାନ୍ତି ମହାରଣା, ପୁରୁଷୋତ୍ତମ ମହାରଣା, ଦୀନବନ୍ଧୁ ମହାରଣା, ବାପୁଜୀ ମହାରଣା, ସନାତନ ମହାରଣା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ