ବିଶ୍ୱକପ ହକି ମାନିଆ ଯଶୋଦା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଓଡ଼ିଶାରେ ଚଳିତ ମାସ ଜାନୁଆରୀ ୧୩ ତାରିଖରୁ ହେବାକୁ ଥିବା ବିଶ୍ୱକପ ହକିକୁ ମାନିଆ ଦେଖାଯାଇଛି। ଯାହାର ପ୍ରଭାବ ଗଞ୍ଜାମ ସହରରେ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଯଶୋଦା ଡିଗ୍ରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି, ବକୃତା ଓ , ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାସୀମ ଇଣ୍ଡୋଷ୍ଟିଜର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ଲୋକସମ୍ପର୍କ ଅଧିକାରୀ ପ୍ରବୀଣ କୁମାର ଦାସ, ଯୋଗଦେଇ ଏହାର ଉଦଘାଟନ କରିଥିଲେ।
ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ମଙ୍ଗରାଜ ପଣ୍ଡା , ଓ ଅଧ୍ୟକ୍ଷା ଲିପିକା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକା ହିମଶିଖା ସାହୁ, ସିଦ୍ଧାନ୍ତ ଶେଖର ପ୍ରଧାନ, ଗାରିମା ପ୍ରିୟଦର୍ଶିନୀ ରଥ,ନିପ୍ତା ମିଶ୍ର, ମନୀଷା ସାହୁ,କର୍ମଚାରୀ ସୁରେଶ ଚନ୍ଦ୍ର ସାହୁ, ଜ୍ଞାନ ରଞ୍ଜନ ସାହୁ କେ. ଏଲେୟା ପ୍ରମଖ ସାମିଲ ହୋଇ ସହଯୋଗ କରିଥିଲେ।


