ବିଶ୍ୱଭାରତୀରେ ୧୨୬ ତମ ନେତାଜୀ ଜୟନ୍ତୀ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୋବରା ସ୍ଥିତ ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠାନ ଅଧ୍ୟକ୍ଷ ବାବୁ ବେହେରାଙ୍କ ଅଧ୍ୟକ୍ଷତାରେ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କୁଞ୍ଜବିହାରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ନୀତି ଆଦର୍ଶକୁ ଅନୁକରଣ କଲେ ଛାତ୍ରଛାତ୍ରୀଙ୍କର ଚଲାପଥ କୁସୁମିତ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ I ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଅଭୟ କୁମାର ସେଠୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ