ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ବନେଇକଳା ରିକ୍ରିଏସନ କ୍ଲବ ଠାରେ ଏସଟି ଜନ ଆମ୍ବୁଲାନ୍ସ ଯୋଡ଼ା ଡିଭିଜନ ଓ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ (କେନ୍ଦୁଝର)ଙ୍କ ମିଳିତ ଉଦ୍ୟମରେ ଶନିବାର ଜିଲ୍ଲା ସ୍ତରୀୟ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ ସହ ଏକ ପ୍ରାଥମିକ ଚିକିତ୍ସା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସେପ୍ଟେମ୍ବର ଦ୍ୱିତୀୟ ଶନିବାର ଦିନକୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଉଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଟାଟାଷ୍ଟିଲ ଫାଉଣ୍ଡେସନ ଡାକ୍ତର ଆକାଶ ଶତପଥୀ ଯୋଗଦେଇ ଏହି ଚିକିତ୍ସା ଦିବସକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୩ଟି ବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟ ଛାତ୍ରଛାତ୍ରୀ,୨ଟି ଶିଳ୍ପସଂସ୍ଥା,୪ଟି ଖଣି କମ୍ପାନୀ,ଡ୍ରାଇଭର ମହାସଂଘ,ଅଗ୍ନୀଶମ ବିଭାଗ,ଟାଟା ଫାଉଣ୍ଡେସନ,ମର୍ଣ୍ଣିଂଙ୍ଗ ଫିଟନେଓ ଟିମ ଏହି ପ୍ରାଥମିକ ଚିକିତ୍ସା ମକଡ୍ରିଲ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇଥିବା ବେଳେ ଟାଟଷ୍ଟିଲ ବରିଷ୍ଠ ଅଧିକାରୀ ଅବନିଶ କୁମାର, ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଜିଲ୍ଲା ସଭାପତି ସରୋଜ ତରାସିଆ, ସମ୍ପାଦକ ପ୍ରବୀଣ କୁମାର ଷେଣ୍ଢ, ଦମୟନ୍ତୀ ସାମଲ, ସୁଭଦ୍ରା ପ୍ରଧାନ, ଶିବ ଶଙ୍କର ରାଜ, ସତ୍ୟବ୍ରତ ମିଶ୍ର, ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୬ଟି ବିଭାଗରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଏସଟି ଜନ ଆମ୍ବୁଲାନସ ଯୋଡା ସଭାପତି ସୁପୀଲ କୁମାର ସାମଲ,ପି.ଭେଙ୍କଟ ରାଓ,ସଞ୍ଜୟ ମହାନ୍ତି,ସତ୍ୟରଂଜନ ମହାନ୍ତି,ହିତେନ ପ୍ରଧାନ,ସରୋଜକାନ୍ତ ସାହୁ,ଶୈଳବାଳା ଦାସ,ପ୍ରିତୀଶା ପ୍ରଧାନ,ସନ୍ଦୀପ ଚୌରସିଆଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।