ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ
ବାଲେଶ୍ୱର,( ଯୁଗାବ୍ଦ ନୁ୍ୟଜ୍): ଜେଲ ରୋଡରେ ଅବସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଲେଶ୍ୱର ଜିଲ୍ଲା ଶାଖା କେନ୍ଦ୍ରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ସହିତ ପରିବାର ମିଳନ ପାଳନ କରାଯାଇଛି । ପ୍ରାଧ୍ୟାପକ ଡକ୍ଟର ବ୍ରଜ ମୋହନ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । କେନ୍ଦ୍ରାଧ୍ୟକ୍ଷ ଯୋଗାଚାର୍ଯ୍ୟ ପ୍ରେମାନନ୍ଦ ପିରି ପୌରାହିତ୍ୟ କରିଥିବା ବେଳେ ଅଧ୍ୟାପକ ଡକ୍ଟର ନିରଞ୍ଜନ ଦାସ ସଭା ସଂଯୋଜନା କରିଥିଲେ । ବରେଣ୍ୟ ଉଦ୍ଘାଟକ ଡକ୍ଟର ମିଶ୍ର ସ୍ୱାମୀ ବିବେକାନନ୍ଦ ଚିକାଗୋ ଧର୍ମ ସଭାରେ “ଭାଇ ଭଉଣୀ” ବୋଲି ଅଭିଭାଷଣର ପ୍ରାରମ୍ଭରେ ସମ୍ବୋଧନ କରି ବିଭିନ୍ନ ଧର୍ମର ପ୍ରତିନିଧିମାନଙ୍କର ମନ ଏବଂ ହୃଦୟକୁ ଜିଣି ନେଇ ପାରିଥିଲେ ବୋଲି ଦର୍ଶାଇଥିଲେ । ବେଦ ଉପନିଷଦର ତତ୍ତ୍ୱକୁ ଉପସ୍ଥାପନ କରି ଭାରତୀୟ ସଂସ୍କୃତି ଓ ପରମ୍ପରାର ମର୍ଯ୍ୟାଦା ବଢାଇ ବିଶ୍ୱ ଦରବାରରରେ ଭାଇଚାରାର ବିଜ ସ୍ଥାପନ କରି ଦେଶର ଟେକ ବଢାଇଥିଲେ । ସେଥିପାଇଁ ଏହି ଦିବସଟିକୁ ବିଶ୍ୱ ଭ୍ରାତୃତ୍ୱ ଦିବସ ରୂପେ ପାଳନ କରାଯାଉଛି । ବିଭିନ୍ନ କ୍ଷେତ୍ରରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପର୍କ ପ୍ରମୁଖ ରାଧାକୃଷ୍ଣ ଆଚାର୍ଯ୍ୟ, ଦେବାଶିଷ ଦାସ, ପ୍ୟାରେଲାଲ୍ ଶର୍ମା, ପ୍ରଦୀପ ମହାପାତ୍ର, ଡକ୍ଟର ଗୀତା ଗିରି, ଡକ୍ଟର ସୁଜୟ ଗିରି, ଗୟାଧର କର, ଅଶୋକ ସାହୁ, ଅରୁଣ ବେହେରା, ଅଶୋକ ଦାଶ, ବିଜୟଲକ୍ଷ୍ମୀ ନାଥ, ସୁଶ୍ରୀ ସଂଗୀତା ଦାସ, ମଞ୍ଜୁରାଣୀ ପିରି, ମିନତୀ ଦେ, ବିଶ୍ୱନାଥ ଋଣା, ନିରଞ୍ଜନ ପଣ୍ଡା, ଅକ୍ଷୟ ତ୍ରିପାଠୀ, ବିଷ୍ଣୁପଦ ମିଶ୍ର, କବିତା ଦେ, ଅର୍ଚ୍ଚନା ନନ୍ଦୀ, କୃଷ୍ଣାରାଣୀ ପଣ୍ଡା, ବ୍ରଜେଶ୍ୱର ପଣ୍ଡା, ଅନିଲ ମହାନ୍ତି ପ୍ରଭୃତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।