ବିଷ ପିଇବା ଲାଗି ଚେତାବନୀ ଦେବାପରେ ମିଳିଲା ଭତ୍ତା, ଅନ୍ୟ ମାନଙ୍କୁ କେବେ ?

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମର ଦାଶରଥି ଜେନା ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ହେଳା ଭତ୍ତା ପାଇବାରୁ ବଞ୍ଚିତ ହୋଇ ଗତକାଲି ଷଡଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଷ ବୋତାଲ ଧରି ଧାରଣାରେ ବସିଥିଲେ । ଭତ୍ତା ଦିଅ ନଚେତ ବିଷ ପିଇବି ବୋଲି ଚିକ୍ରାର କରୁଥିଲେ । ସେ ପୁର୍ବରୁ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ବିଷ ବୋତଲ ଧରି ଧାରଣା ଦେବାପରେ ତାଙ୍କୁ ୨୫ତାରିଖ ସୁଧା ଭତ୍ତା ଯୋଗାଇ ଦିଆଯିବ ବୋଲି କହିଥିଲେ । ମାତ୍ର ୨୫ତାରିଖ ସୁଧା ମିଳି ନଥିଲା । ଏ ସମ୍ପର୍କରେ ଆଜି ଗଣମାଧ୍ୟମରେ ଖବର ପ୍ରସାର ପାଇବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇ ତାଙ୍କୁ ୪ମାସର ଭତ୍ତା ଯୋଗାଇ ଦିଆଯାଇଛି । ବିଡିଓଙ୍କ ନିଦେ୍ର୍ଦଶରେ ସଂପୃକ୍ତ ପଞ୍ଚାୟତର ଜିଆରଏସ ତାଙ୍କ ଘରେନେଇ ୪ମାସର ଭତ୍ତା ଟଙ୍କା ଦେଇଛନ୍ତି । ଏଥିରେ ସେ ଖୁସି ପ୍ରକଟ କରିବା ସହିତ କିପରି ନିୟମିତ ଭତ୍ତା ଠିକ ଭାବେ ପାଇପାରିବେ ସେନେଇ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । କିନ୍ତୁ ଏକା ଦାଶରଥି ନୁହନ୍ତି ଅନେକ ଲୋକ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଗତକାଲି ଦାଶରଥିଙ୍କ ସହିତ ୨୦ରୁ ଉର୍ଦ୍ଧ ହିତାଧିକାରୀ ମଧ୍ୟ ଧାରଣାରେ ବସିଥିଲେ । ସେମାନେ ମଧ୍ୟ ୪ମାସ ହେଲା ଭତ୍ତା ପାଇ ନାହାନ୍ତି । କିନ୍ତୁ ସେମାନଙ୍କୁ ଭତ୍ତା ଦିଆଗଲାନି । ଯାହାକୁନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । । ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ମୋଟ ୨୫ହଜାରରୁ ଉର୍ଦ୍ଧ ହିତାଧିକାରୀ ଭତ୍ତା ପାଉଥିବାବେଳେ ଏବେ ତନ୍ମଧ୍ୟରୁ ପାଖାପାଖି ୫ହଜାର ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ କିଏ ବ୍ଲକ ଘେରାଉ କରୁଛି ତ ଆଉ କିଏ ପଞ୍ଚାୟତ ଘେରାଉ କରୁଛି । ଗତ କିଛିଦିନ ତଳେ କାନପୁର ଗ୍ରାମର ଶତାଧବକ ହିତାଧିକାରୀ ବ୍ଲକ ଓ ପଞ୍ଚାୟତ ଘେରାଉ କରିଥିବାବେଳେ ଜମ୍ଭୀରା ପଞ୍ଚାୟତ ଲାଖବିନ୍ଧା ଗ୍ରାମର ଅନେକ ବୁଢ଼ାବୁଢ଼ି ଦୁଇ ତିନିଥର ଲେଖାଏ ବ୍ଲକକୁ ଦୌଡି ଦୌଡି ନୟାନ୍ତ ହେଲେଣି । ବଞ୍ଚୋ, ପଞ୍ଚୁଗୋଛିଆ, ଶାସଙ୍ଗ, ଢ଼େଙ୍କା, ଅକରୁଆ, ସୁଲଣ, ବଡରମ୍ପାସ ଆଦି ପଞ୍ଚାୟତର ବହୁ ହିତାଧିକାରୀ ଭତ୍ତା ପାଇପାରୁ ନାହାନ୍ତି । ଆଧାରବେସ ହେବାଯୋଗୁଁ ଅଧିକାଶଂ ଲୋକଙ୍କ ଭତ୍ତା ଟଙ୍କା ଅନ୍ୟ ଏକାଉଣ୍ଟକୁ ପଳାଇ ଥିବାରୁ ଏପରି ସମସ୍ୟା ଦେଖା ଦେଇଛି ବୋଲି ବ୍ଲକ କର୍ତ୍ତୁପକ୍ଷ କହୁଛନ୍ତି । ଏ ସମସ୍ୟାକୁ ନେଇ ପ୍ରତିଦିନ ଶହଶହ ଲୋକ ବ୍ଲକକୁ ଦୌଡୁଥିଲେବି କୌଣସି ପ୍ରତିକାର କରାଯାଇ ପାରିନି । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି ଯେ ବିଷ ବୋତଲ ଧରି ବସିଥିବା ହିତାଧିକାରୀକୁ ତାର ଭତ୍ତା ଯଙ୍କା ଦେଇ ଦେଇସାରିଛୁ, ଅଳ୍ପ ଦିନ ଭିତରେ ଭତ୍ତାରୁ ବଞ୍ଚିତ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ