ଶାଳଣିଆଁ ବଜାର ମଧ୍ୟରେ ସୋଲପଟା ଗ୍ରାମର ବୃଦ୍ଧଙ୍କୁ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତୀ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ସୋଲପଟା ଗ୍ରାମର ଜଣେ ବୃଦ୍ଧଙ୍କୁ ଶାଳଣିଆଁ ବଜାରରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ କରିଥିବା ସୁଧାଶୁଂ ଶେଖର ନାୟକଙ୍କ ଅଭିଯୋଗ ଅନୁଯାଇ ତାଙ୍କ ବଡବାପା ୬୮ବର୍ଷୀୟ ମୁରଲୀଧର ନାୟକ ସନ୍ଧ୍ୟା ସାଢ଼େ ସାତଟା ବେଳେ ନିକଟସ୍ଥ ଶାଳଣିଆଁ ବଜାରକୁ ସଉଦାପତ୍ର ଆଣିବାକୁ ଯାଇଥିବାବେଳେ ପୁର୍ବ ଯୋଜନା ମୁତାବକ ସୋଲପଟା ଗ୍ରାମର କାଳନ୍ଦୀ ଚରଣ ଜେନା, ଜଳଧର ସା, ଯୋଗେନ୍ଦ୍ର ବେହେରା, ଆଶିଷ ବେହେରା, ସରୋଜ ନାୟକ, ପଙ୍କଜ ନାୟକ, ମାନସ ରଞ୍ଜନ ବେହେରା, ଭବିଷ୍ୟତ ପାତ୍ର ପ୍ରମୁଖ ତାଙ୍କୁ ଅତର୍କିତ ଭାବେ ଟେକି ଆଣି ସର୍ବ ସମ୍ମୁଖରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମୁରଲୀଧର ନାୟକ କଟକ ବଡଡାକ୍ତରଖାନାରେ ଚିକିତ୍ସତ ହେବା ସହ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ଥାନା ପୁଲିସ କେସନଂ ୧୩୩ ଦଫା ୨୯୪/୩୨୩/୫୦୬/୩୭୯ ଓ ୩୪ଆଇପିସିରେ ରେ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ କାଳନ୍ଦୀଙ୍କ ସ୍ତ୍ରୀ ତିଳୋତ୍ତମା ଜେନା ମଧ୍ୟ ନନ୍ଦିପଦା ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ ଘର ଭିତରେ ପସି ତାଙ୍କୁ ଅସଦାଚରଣ କରିବା ସହିତ ପିଟାମରା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ