ବୁଗୁଡ଼ାରେ ନୂତନ ସିଡିପିଓ ଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ପୂର୍ବତନ ସିଡିପିଓ ଅବସର ଗ୍ରହଣ କରିଥିବା ବେଳେ ପୋଲସରା ବ୍ଲକ ସିଡିପିଓ ବୁଗୁଡା ବ୍ଳକର ଅତିରିକ୍ତ ଦାୟିତ୍ୱ ବହନ କରିଥିଲେ। ଏପ୍ରିଲ ୨୦ ତାରିଖ ଦିନ ବୁଗୁଡା ବ୍ଲକ ପାଇଁ ବବିତା ପଣ୍ଡା ନୂତନ ଭାବେ ସିଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁପ୍ରଭାଇଜର ଓ ଅଙ୍ଗନୱାଡି କର୍ମୀ ବୃନ୍ଦ ନୂତନ ସିଡିପିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏପ୍ରିଲ ୨୧ ତାରିଖ ଦିନ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସିଡିପିଓ ବବିତା ପଣ୍ଡା ଆସି ବ୍ଲକ୍ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ