ବୁଗୁଡା ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ
ବୁଗୁଡା – ବୁଦ୍ଧଖୋଲ ମହୋତ୍ସବ ୨୦୨୦ ସୋମବାର ଦିନ ଉଦଯାପିତ ହୋଇଯାଇଛି। ଚାରି ଦିନ ଧରି ଚାଲିଥିବା ଏହି ମହୋତ୍ସବର ଉଦଯାପନି କ।ର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶେଷ ଦିନର ମହୋତ୍ସବକୁ ଉଦଘାଟନ କରିଥିଲେ । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ।ସମ୍ମାନୀତ ଅତିଥି ଭାବରେ ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ,ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି,ପୋଲସରା ବ୍ଲକ ଉପାଧ୍ୟକ୍ଷା ସସ୍ମିତା ବାଡ଼ତ୍ୟା,ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା,ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀରମୋହନ ବେହେରା, ଏବଂ ବୁଦ୍ଧଖୋଲ ଉନ୍ନୟନ ସମିତିର କ।ର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା,ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ,ଉପସଭାପତି ଏ ଚନ୍ଦନ ଚର୍ଚ୍ଚିତ ପାତ୍ର,କୋଷାଧ୍ୟକ୍ଷ କେ ତ୍ରିଲୋଚନ ଦୋରା, ଓ କ।ର୍ଯ୍ୟକାରୀ ସଦସ୍ୟ ରାଜେନ୍ଦ୍ର କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ସାହୁଙ୍କ ଅନୁରୋଧ କ୍ରମେ ମନ୍ତ୍ରୀ ଶ୍ରୀ ବେହେରା ମଞ୍ଚରେ ଏକ ଭଜନ ପରିବେଷଣ କରିବା ସହ ବିଜୁ ଗ୍ରାମୀଣ ବସ ସେବା ଯୋଜନାରେ କରଚୁଲି ଓ କରସିଙ୍ଗି ପଞ୍ଚାୟତର ଆଦିବାସୀ ଗ୍ରାମମାନଙ୍କୁ ଯାତ୍ରୀବାହୀ ବସ ଯିବାପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବୁଦ୍ଧଖୋଲ ଇକୋ ପାର୍କ ପାଇଁ ମୁଖ୍ୟମନ୍ତ୍ରୀ ସାତ କୋଟି ଟଙ୍କା ମଞ୍ଜୁରୀ କରିଥିବା ବିଧାୟକ ପ୍ରକାଶ କରିଥିଲେ। ଏହି ଅବସରରେ ବ୍ଲକ ଟପର ହୋଇଥିବା ଶିକ୍ଷାର୍ଥୀ,ବିଭିନ୍ନ କଳାକାର,ଓ ବିଭିନ୍ନ ଅନୁଷ୍ଠାନର ମୁଖ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷ ଦିନରେ ପର୍ୟ୍ୟଟନ ବିଭାଗ ପକ୍ଷରୁ ସୋନପୁରରୁ ଆସିଥିବା କଳାକାରମାନଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।


