‘ସେସୁ’ ବିଜୁଳି ସଂଯୋଗ ବିଚ୍ଛିନ୍ନ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିକଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର : ରାଜ୍ୟର ୫ ଲକ୍ଷ ୯୦ ହଜାର ଘରୋଇ ବିଜୁଳି ଗ୍ରାହକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଜୁଳି ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ ସେସୁକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ସମାଜବାଦୀ ପାର୍ଟି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ବାବଦରେ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ସେସୁ ବାକିଆ ବିଜୁଳି ବିଲ୍ ଆଦାୟ ପାଇଁ ସରକାରୀ ଅଫିସ୍ଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି । ତେଣୁ ସାଧାରଣ ଖାଉଟିକୁ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିଜୁଳି ବିଲ୍ ପଇଠ ପାଇଁ ସମୟ ଦିଆଯାଉ । ଆଇନ୍  ସମସ୍ତଙ୍କ ପାଇଁ ସମାନ ଢଙ୍ଗରେ ପ୍ରୟୋଗ କରାଯାଉ । ପୁନଶ୍ଚ ଆଗାମୀ ଦିନରେ ମାଟ୍ରିକ ପରୀକ୍ଷା, +୨, ସିବିଏସ୍ଇ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ସବୁ ହେବ । ବିଜୁଳି କଟାଗଲେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହାକୁ
ଆଖି ଆଗରେ ରଖି କିଭଳି ବିଚ୍ଛିନ୍ନ କାର୍ଯ୍ୟକ୍ରମକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଆସନ୍ତାକାଲି ସରକାରୀ ଛୁଟି ଘୋଷଣା କରାଯାଇଅଛି । ୧୫ ତାରିଖ ସୁଦ୍ଧା ଯେଉଁ ଖାଉଟିମାନେ ବାକିଆ ବିଜୁଳି ବିଲ୍ ପଇଠ ନକରିବେ ଜାନୁୟାରୀ ୧୬ ତାରିଖ ଦିନ ସେମାନଙ୍କ ବିଜୁଳି ବିଚ୍ଛନ୍ନ କରାଯିବ ବୋଲି ସେସୁର ସି.ଇ.ଓ. ଅରୁଣ ବ୍ରୋଥା ଘୋଷଣା କରିଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଆଖି ଆଗରେ ରଖି ଖାଉଟିମାନଙ୍କ ସ୍ୱାର୍ଥ ଓ ଛାତ୍ରଛାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ଆଜି ସେସୁକୁ ବିଜୁଳି ବିଚ୍ଛିନ୍ନ ନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ବେହେରା ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ