ବୁଢୀ ଠାକୁରାଣୀ ଙ୍କ ନବରାତ୍ର ପୂଜା ଉଦ୍ଯାପିତ
ଚିକିଟି (ଯୁଗାବ୍ଦ ନ୍ୟୁଜ): ଚିକିଟି ଗଡର ଅଧିଷ୍ଠାତୀ ଦେବୀ ମାଁ ବୁଢୀ ଠାକୁରାଣୀଙ୍କ ବାସନ୍ତି ନବରାତ୍ରୀ ପୂଜା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି । ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁଯାୟୀ ୧୯୯୫ ମସି÷ହାରେ ପରମଦେବୀ ଉପାସକ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କ ଏହି ଉଦ୍ୟମରେ ଗ୍ରାମର ଆବାଳ ବୃଦ୍ଧା ବନିତା ଙ୍କ ସହଯେ୍ଧଜ୍ଞ ଓ ଭକ୍ତ ଙ୍କ ଉସ୍ରାହକୁ ଦୃଷ୍ଟିରେ ରଖି ସେହି ଦିନ ଠାରୁ ଆତ୍ମ୍ରୀ ୟ ଓ ଧର୍ମୀୟ ଭାବନା ନେଇ ଭଗବାନ ଶ୍ରୀରାମ ନବମୀ ତଥିରେ ଏହି ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଅଛି । ୧୯୯୫ ମସି÷ହା ଠାରୁ ଏହା ମାଁ ବୁଢୀ ଠାକୁରାଣୀଙ୍କ ୨୪ ତମ ନବରାତ୍ର ପୂଜା । ରିତିନୀତି ଅନୁଯାୟୀ ମାଁଙ୍କ ପୁଜା ପ୍ରଭାତରେ ମଙ୍ଗଳ ଆଳତୀ , ଷୋଡଶ ଉପଚାର ପୂଜା ,ଚଣ୍ଡିପ୍ଧଙ୍ଖ,ହୋମ ,ପୂଷ୍ପାଞ୍ଜଳି ସମେତ ଅନ୍ନ ଭୋଗର ଆୟୋଜନ କରାଯାଇଥିଲା । ପ୍ରଥମ ଦିନରେ ଆନନ୍ଦ ଜେ ଆନନ୍ଦ ରାଓ ଆଚାରୀ .ଦ୍ୱିତୀୟ ଦିନରେ ସୂୁରେନ୍ଦ୍ର ନାଥ ମହାରଣା ,ତୃତୀୟ ଦିନରେ ଡାକ୍ତର ସହଦେବ ମହାରଣା ,ଚତୁର୍ଥ ଦିନରେ ପ୍ରତାପ ସାହୁ ,ପଞ୍ଚମ ଦିନରେ ବୁଦ୍ଧିଆ ସାହୁ ,ଷଷ୍ଠ ଦିନରେ ରାମନାଥ ସୁବୁଦ୍ଧ୍ି ,୭ମ ତିଥିରେ ବସନ୍ତ ପାତ୍ର , ୮ ମ ଦିନରେ ବିଜୟ ମହାନ୍ତି ,ନବମୀ ତିଥିରେ ମନ୍ମଥ କୁମାର ପାତ୍ର କର୍ତ୍ତା ରୁପେ ପୂଜା ବିଧାନ କରିଥିଲେ ।


