ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିକଶିତ ବାଲେଶ୍ୱର ଗଠନ ପାଇଁ ଆହ୍ୱାନ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟି ତରଫରୁ ବାଲେଶ୍ୱର ଲୋକସଭାର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବାଲେଶ୍ୱର ସଦର ବିଧାନସଭାର ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ମାନସ କୁମାର ଦତ୍ତଙ୍କ ନାମ ଘୋଷଣା ପରେ ଆଜି ବାଲେଶ୍ୱର ସଦର ବିଧାନସଭାର ପ୍ରଥମ ନିର୍ବାଚନୀ ବୈଠକ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉଭୟ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ପ୍ରଥମେ ସାମୂହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ପରେ କାର୍ଯ୍ୟକର୍ତ୍ତା ଗଣ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ । ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କିଭଳି ବିପୁଳ ସଂଖ୍ୟାରେ ବିଜୟୀ ହେବ ସେଥିପାଇଁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଅଦ୍ଭୁତ ଉଦ୍ଦୀପନା ସୃଷ୍ଟି ହୋଇଛି । ଗତ ଉପ ନିର୍ବାଚନରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ନେତା ଏବଂ ସରକାରୀ କଳକୁ ଲଗାଇ ସଦର ନିର୍ବାଚନ ମଣ୍ଡଳୀକୁ ହାତେଇଥିଲେଏବଂ ବହୁ ପ୍ରତିଶୃତି ଦେଇଥିଲେ, ମାତ୍ର ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ସେହି ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଛି । ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଜନକଲ୍ୟାଣକାରୀ ଯୋଜନା ଏବଂ ବିକଶିତ ଭାରତର ମନ୍ତ୍ରକୁ ପାଥେୟ କରି ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ନିର୍ବାଚନ ରଣାଙ୍ଗନକୁ ଉହ୍ଲାଇବେ । ବିଗତ ୨୫ ବର୍ଷରେ ରାଜ୍ୟ ସରକାର ଆଜି ଦୁର୍ନିତୀ ଏବଂ ଭ୍ରଷ୍ଟାଚାରର ପାହାଡ ଉପରେ ଛିଡା ହୋଇଛି । ଏହି ସମ୍ମିଳନୀରେ ବାଲେଶ୍ୱର ସହରର ସହଦେବଖୁଣ୍ଟା ଅଞ୍ଚଳର ବହୁ ବିଜେଡି ଓ କଂଗ୍ରେସ ନେତା ଏବଂ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ତାପସ କୁମାର ଆଚାର୍ଯ୍ୟ, ରାଜେଶ୍ୱର ଦାସ, ବ୍ରହ୍ମାନନ୍ଦ ଦାସ, ଡମ୍ବୁରୁଧର ବେହେରା, ବିଷ୍ଣୁପଦ ଦାସଙ୍କ ସହ ଶତାଧିକ ଲୋକ ବିଜେପିରେ ଯୋଗଦାନ କରିଛନ୍ତି । ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ବିଜୟ ହେବ ବୋଲି ଆହ୍ୱାନ ଦେବା ସହ ଏଥର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ବଜ୍ର ଶପଥ ନେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ ଓ ଲୋକନାଥ ଭୂୟାଁ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତ୍ରୀ ସୁଷମା ବିଶ୍ୱାଳ ଓ ରଶ୍ମିରେଖା ଦେବ, ସୁଜିତ ଦେବ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ତପନ ଗିରି, ବିଜୟ ଦାସ ଓ ଅନୀଲ ପାତ୍ର, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି, ପ୍ରତିମା ବେହେରା, ନିରୁପମା ଦାଶ, ଗୌରୀ ଦାଶ ଓ ଭାରତୀ ପାତ୍ର, ସରପଞ୍ଚ ରବିନାରାୟଣ ପ୍ରଧାନ, ବନିତା ଭୂୟାଁ, ଆରତୀ ଦାସ, ରାମନାରାୟଣ ଦିବେଦୀ, ସମିତିସଭ୍ୟ ରଞ୍ଜନ ପାଣି, ମାମନୀ ଜେନା, ରବୀନ୍ଦ୍ର ଜେନା, ମାୟାଧର ମହାଳିକ, ସର୍ବେଶ୍ୱର ମହାନ୍ତି, ଆଶିଷ ଘୋଷ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସୁଭେଶ ନାୟକ, ଅମ୍ବିକା ବେହେରା, ରଶ୍ମିତା ମଣ୍ଡଳ, ସଂଯୁକ୍ତା ମହାପାତ୍ର, ଅନ୍ତର୍ଯ୍ୟାମୀ ବେହେରା, ବୃନ୍ଦାବନ ରାଉତଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ପରିଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ