ବେଆଇନି ବାଲିବୋଝେଇ ୮ଟି ଗାଡି ଜବଦ

ହାଟଡ଼ିହି, (ବିକାଶ ବିଶ୍ୱାଳ): ବେଆଇନି ଭାବେ ବାଲିବୋଝେଇ ହୋଇ ଯାଉଥିବାବେଳେ ନନ୍ଦିପଦା ପୁଲିସ ୮ଟି ହାଇୱା ଗାଡିକୁ ଜବଦ କରିଛି । ନିୟମିତ ଏପରି ବେଆଇନି ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଥିଲେବି ପୁଲିସ କି ତହସିଲ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରିଆସୁଥିଳେ । ଆଜି ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ, ଏସ.ଆଇ ନରେଶ ଦାସ, ଏ.ଏସ. ଆଇ ସତ୍ୟନାରାୟଣ ପରିଡା ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉକରି ୮ଟି ବାଲିବୋଝେଇ ହାଇୱାକୁ ଜବଦକରି ଗାଡି ଗୁଡିକ ଥାନାରେ ରଖି ତହସିଲ କର୍ତ୍ତୁପକ୍ଷଙ୍କୁ ସୁଚନା ଦିଆଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ