ବେକାରୀ ସମସ୍ୟାର ପ୍ରମୁଖ କାରଣ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସମଗ୍ର ଦେଶରେ ବେକାରୀ ସମସ୍ୟା ଏକ ପ୍ରମୁଖ କାରଣ ସାଜିଥିବା ବେଳେ ବେଳେ ତାକୁ ରୋକିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରୟାସ ସମ୍ପୂର୍ଣ୍ଣ ନୈରାଶ୍ୟଜନକ । ଯେମିତି ଲାଗେ ଉପରେ ଧାରଧାର ହୋଇ ଲୁହ ବହିଯାଉଥିଲା ବେଳେ ଭିତରେ ସମ୍ପୂର୍ଣ୍ଣ ସୁସ୍ଥ ଓ ସବଳ । ପାଠପଢି କାମ ଖଣ୍ଡିଏ ପାଇବା ପାଇଁ ଏଣେତେଣେ ପାଗଳ ହୋଇ ବୁଲିବୁଲି ଶେଷରେ ନିରାଶ ହେଲା ପରେ କିଏ ହାର ମାନି ନିଜ ଜୀବନକୁ ତ୍ୟାଗ କରିଦେଉଛି ତ ପୁଣି କିଏ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାହାରି ଚାଲିଯାଉଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡିଶା ଭଳି ଏମିତି ଏକ ରାଜ୍ୟ ଏଠି ପୃଷ୍ଟପୋଶକତା ସହ ଭିତ୍ତିଭୂମିର ଅଭାବ ନଥିବା ବେଳେ ସମଗ୍ର ଦେଶ ଓ ବିଦେଶ ବିଶେଷ କରି ନିଜର ବ୍ୟବହୃତ କଞ୍ଚାମାଲ ପାଇଁ ଓଡିଶା ଉପରେ ନିର୍ଭରଶୀଳ । କିନ୍ତୁ ଆମ ରାଜ୍ୟର ଗତି ଦିନକୁ ଦିନ ଉନ୍ନତି ପଥରେ ଆଗେଇବାକୁ ଥିବା ପରିବର୍ତ୍ତେ ଅବନତି ଘଟି ଘଟି ଯାଉଥିବା ପରିଲକ୍ଷିତ ହେଉଛି । ଏହାର କାରଣ ପ୍ରକୃତରେ କ’ଣ ହୋଇପାରେ? କେବଳ ରାଜନୈତିକ ପ୍ରତିହିଂସା ଓ ପ୍ରତିଶୋଧପରାୟଣ ମନୋଭାବ ହିଁ ବେକାରୀ ସମସ୍ୟାର ପ୍ରମୁଖ୍ୟ କାରଣ ସାଜିଛି । ନିର୍ବାଚନ ସମୟରେ ନେତାଙ୍କର ବଡବଡ ଭବିଷ୍ୟତବାଣୀ ସହ ନାନାଦି ପ୍ରବଚନର ରେକର୍ଡିଂ ଲଗାତାର ବାଜୁଥିବା ବେଳେ ନିର୍ବାଚନ ସରିଗଲା ପରେ ଯେମିତି ସବୁ କଥାଗୁଡିକ ନିସ୍ତେନାବୁଜ୍ ହୋଇଗଲା ପରି ଲାଗେ । ଭୁଲି ଯାଆନ୍ତି ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କଥାଗୁଡିକୁ । ନିର୍ବାଚନରେ ବିଜୟ ପରେ ଯାହା କାର୍ଯ୍ୟ କରୁଛନ୍ତି ସେଗୁଡିକ ସମସ୍ତେ ଅବଗତ ଥିବା ବେଳେ ନିର୍ବାଚନର ବିଫଳତା ପରେ ନେତାଙ୍କ ବିର୍ମାତ୍ କହିଲେ ନସରେ । ଭଲ କାମ ତାଙ୍କୁ ଖରାପ ଲାଗେ, ଯେକୌଣସି ପ୍ରକାରେ ବାହାନାବାଜୀ କରି ତାକୁ ରୋକିବାର ପ୍ରୟାସ ସହ ପ୍ରତିଶୋଧପରାୟଣ ହୋଇପଡିଥାନ୍ତି । ବିଶେଷ କରି ପୃଥକ ରାଜନୈତିକ ଦଳର ନେତାମାନେ ଉପର ଦେଖାଣିଆ ଦେଖାଉଥିଲେ ମଧ୍ୟ କିନ୍ତୁ ସମସ୍ତଙ୍କର ରଙ୍ଗ ଓ ମନୋଭାବ ଏକାଭଳି । ଖାଲି ମିଛଟାରେ ଏଘର ମାଉସୀ ସେ ଘର ପିଉସୀ କରୁଥାନ୍ତି । ଭିତରେଭିତରେ ପ୍ରତ୍ୟେକ ଦଳର ନେତାମାନଙ୍କ ମଧ୍ୟରେ ସମ୍ପର୍କ, ମଧୁରତା ଅତି ନିବିଡ, ଯେପରି ଲାଗେ ପରସ୍ପର ବିରୋଧୀ ନୁହନ୍ତି ଅତି ଆପଣାର । କିନ୍ତୁ ସର୍ବସାଧାରଣଙ୍କ ସମ୍ମୁଖରେ କଟ୍ଟର ବିରୋଧୀ ପରସ୍ପର ପ୍ରତିହିଂସା ଓ ପ୍ରତିଶୋଧପରାୟଣ ମନୋଭାବ କାହିଁକି? ସାଧାରଣତଃ ୱାର୍ଡ ମେମ୍ବର, ୱାର୍ଡ କାଉନସିଲରଠୁଁ ଆରମ୍ଭ କରି ବିଧାୟକ ଓ ସାଂସଦ ପର୍ଯ୍ୟନ୍ତ ସମସ୍ତ ନାନାଦି ଦଳ ବିଶେଷର ହୋଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ପାଇଁ ବିବେଚିତ ହୋଇଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀ ଓ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ବଦ୍ଧପରିକର । ହେଲେ ସମସ୍ତ ନିର୍ବାଚନ ମଣ୍ଡଳୀର ଭୋଟ୍ ଦେଇଥିବା ଓ ନଦେଇଥିବା ଜନସାଧାରଣଙ୍କ ଦୁଃଖ ଓ ସୁଃଖରେ ଛିଡା ହେବା ସହ ନାନାଦି କାର୍ଯ୍ୟକ୍ରମକୁ ଅବଗତ କରାଇବା ଏବଂ ଯଥା ସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ କରିବା ଦିଗରେ ସହାୟକ ହେବା ତତ୍ସହ ବିକାଶ ଧାରାକୁ ତ୍ୱରାନିତ କରିବା ତାଙ୍କର ପ୍ରଥମ ପ୍ରାଥମିକତା । ହେଲେ ତାହା ହେଉଛି କେଉଁଠି? ‘ସବ୍ କା ସାଥ୍ ସବ୍ କା ବିକାଶ୍ ଓ ସବ୍କା ବିଶ୍ୱାସ’ କଥା ଯଦି ଆମ୍ଭେ କହିବୁ ଏହା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ । ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିହେଉ ନାହିଁ । କେବଳ ନିର୍ବାଚିତ ପ୍ରତିନିଧି ନୁହନ୍ତି ହାରିଥିବା ପ୍ରତିନିଧି ମଧ୍ୟ ଭାଗ୍ୟର ବିଡମ୍ବନା ଭାବି ନେଇ ବିକାଶର ଧାରାକୁ ତ୍ୱରାନିତ କରିବା ଦିଗରେ ନିଜକୁ ସାମିଲ କରିବା ସହ ପ୍ରତିଶୋଧପରାୟଣ ମନୋଭାବରୁ ନିଜକୁ ନିବୃତ୍ତ ରଖିବାକୁ ହେବ । ବାଲେଶ୍ୱରରେ ବହୁ ସାଂସଦ, ବିଧାୟକଙ୍କ ନିର୍ବାଚନ ଆଗମନ ହୋଇଥିଲା ବେଳେ ବେକାରୀ ସମସ୍ୟା ଦୂରୀକରଣ ନାରାବାଜି ପ୍ରମୁଖ ସମସ୍ୟା ସାଜିବା ସହ ସମସ୍ତଙ୍କ ମୁଖରେ ଥିଲା ବେଳେ ନିର୍ବାଚନ ପରେ ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ସମୟରେ ଦେଖା ମିଳିବା କଷ୍ଟସାଧ୍ୟ ହୋଇପଡିଥାଏ । ଦିନକୁ ଦିନ ବେକାରୀ ସମସ୍ୟା ବଢିଚାଲୁଥିଲା ବେଳେ ଲୋକପ୍ରତିନିଧିମାନଙ୍କର ଆବଭାବ ସହ ଲୋକମାନେ ଅତୋଃପ୍ର୍ରୋତ ଭାବେ ଜଡିତ ହୋଇଗଲେଣି । ହେଲେ ଆଗାମୀ ଦିନରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀ ସମସ୍ୟା ଦୂରୀକରଣ କରିବା କଥା କହି ନିଯୁକ୍ତି ସୃଷ୍ଟି କରିବା ଦିଗରେ ସହାୟକ ନହୁଅନ୍ତି, ବର୍ଦ୍ଧିତ ବେକାରୀ ସମସ୍ୟା ଏକ ସୁନାମୀର ରୂପ ଯେ ନନେବ ତାହା କହିବା କଷ୍ଟକର । ତେଣୁ ଦଳ ମତ ନିର୍ବିଶେଷରେ ପ୍ରତ୍ୟେକ ଦଳର ନେତାମାନେ ଏଥିପ୍ରତି ଗୁରୁତ୍ୱ ଦେବା ସହ ପ୍ରତିହିଂସା ଓ ପ୍ରତିଶୋଧପରାୟଣ ମନୋଭାବକୁ ତ୍ୟାଗ କରି ଏକ ସୁରାଷ୍ଟ୍ର ଗଠନ କରିବା ସହ ବଢି ଚାଲିଥିବା ବେକାରୀ ସମସ୍ୟାକୁ ରୋକିବା ଦିଗରେ ସହାୟକ ହେବେ ବୋଲି ଆଶାବ୍ୟକ୍ତ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ